ତୀବ୍ର ହେଉଛି ଉଦ୍ଧବ-ଏକନାଥ ବିବାଦ, ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ରାଜନୈତିକ ସଂକଟ

ମହାରାଷ୍ଟ୍ର : ଶିବସେନାରେ ତୀବ୍ର ହେଉଛି ଉଦ୍ଧବ-ଏକନାଥ ବିବାଦ । ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ରାଜନୈତିକ ସଂକଟ । ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଉପବାଚସ୍ପତିଙ୍କ ନୋଟିସ୍‌ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଏକନାଥ ସିନ୍ଦେ । ସେହିପରି ଶିବସେନା ବିଧାୟକ ଦଳ ନେତା ଭାବେ ଅଜୟ ଚୌଧୁରୀଙ୍କ ନିଯୁକ୍ତିକୁ ବି ଚ୍ୟାଲେଞ୍ଜ କରାଯାଇଛି। ଜରୁରୀ ଶୁଣାଣି ପାଇଁ ଅପିଲ କରିଛନ୍ତି । ଏକନାଥଙ୍କ ପାଇଁ ଲଢ଼ିବେ ବରିଷ୍ଠ ଓକିଲ ହରିଶ ସାଲଭେ ।

ସେହିପରି ଶିବସେନା ପକ୍ଷରୁ ଆଇନଜୀବୀ ଅଭିଶେଖ ମନୁ ସାଂଘବୀ ଲଢିବେ । ଏହା ଭିତରେ ଗୌହ୍ଵାଟୀରେ ପହଞ୍ଚିଛନ୍ତି ସେନାର ଆଉ ଜଣେ ମନ୍ତ୍ରୀ ଉଦୟ ସାଓ୍ଵନ୍ତ । ବିଦ୍ରୋହୀ ଶିବସେନା ବିଧାୟକ ଦୀପକ କେସରକର କହିଛନ୍ତି ଆମ ସଂଖ୍ୟା ୫୧କୁ ବୃଦ୍ଧି ପାଇବ। ୩-୪ ଦିନ ଭିତରେ ନିଷ୍ପତ୍ତି । ତା ପରେ ମହାରାଷ୍ଟ୍ର ଯିବୁ । ଶକ୍ତି ପରୀକ୍ଷା ପାଇଁ ସିନ୍ଦେ କ୍ୟାମ୍ପ ସଂପୂର୍ଣ୍ଣ ପ୍ରସ୍ତୁତ ।

ଆଜି ଦିନ ଦୁଇଟାରେ ବସିବ ବୈଠକ । ଅନ୍ୟପଟେ ସଂଜୟ ରାଉତଙ୍କ କାଉଣ୍ଟର ଆଟାକ୍‌ ଜାରି ରହିଛି । କହିଛନ୍ତି ଗୌହ୍ଵାଟୀରେ ରହୁଥିବା ବିଧାୟକମାନଙ୍କ ଆତ୍ମା ମରିଯାଇଛି। କହିଛନ୍ତି ଗୌହାଟୀରୁ ୪୦ ବିଧାୟକଙ୍କ ବଡି ମୁମ୍ବାଇ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.