ଶାହାରୁଖ ଖାନ୍‌ଙ୍କ ପରେ ପୁଅ ଆର୍ଯ୍ୟନ୍‌କୁ ଭେଟିବାକୁ ଆଜି ଜେଲରେ ପହଞ୍ଚିଛନ୍ତି ମା’ ଗୌରୀ

ବାପା ଶାହାରୁଖ ଖାନ୍‌ଙ୍କ ପରେ ଏବେ ପୁଅ ଆର୍ଯ୍ୟନ୍‌କୁ ଭେଟିବାକୁ ଜେଲ୍‌ରେ ପହଞ୍ଚିଛନ୍ତି ମା’ ଗୌରୀ ଖାନ୍‌। ଡ୍ରଗ୍ସ କେସ୍‌ରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଏବେ ଜେଲରେ ଅଛନ୍ତି। ଦୀର୍ଘ ଦିନ ଧରି ଜେଲରେ ରହିବା ପରେ ଆଜି ମା’ ଗୌରୀ ପୁଅକୁ ଭେଟିବାକୁ ଆର୍ଥର ରୋଡ୍‌ ଜେଲରେ ପହଞ୍ଚିଛନ୍ତି। ଆର୍ଯ୍ୟନ୍‌ଙ୍କୁ ନେଇ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଉଭୟେ ବହୁତ ଟେନ୍ସନ୍‌ରେ ଅଛନ୍ତି। ଶାହାରୁଖ ଓ ଗୌରୀ ଉଭୟ ଆର୍ଯ୍ୟନ୍‌ଙ୍କ ହାଲଚାଲ ବୁଝିବାକୁ ଜେଲକୁ ଯାଉଛନ୍ତି।

ଗୌରୀ ଖାନ୍‌ଙ୍କ ପୂର୍ବରୁ ଅକ୍ଟୋବର ୨୧ରେ ଶାହାରୁଖ ଖାନ୍‌ ଆର୍ଯ୍ୟନ୍‌କୁ ଭେଟିବାକୁ ଜେଲ ଯାଇଥିଲେ। ଆର୍ଥର ଜେଲରେ ଶାହାରୁଖ ପାଖାପାଖି ୧୬ରୁ ୧୮ ମିନିଟ୍‌ ଧରି ପୁଅ ସହ କଥାବାର୍ତ୍ତା କରିଥିଲେ। କଥା ହେବା ବେଳେ ବାପା ଓ ପୁଅଙ୍କ ମଧ୍ୟରେ କାଚର କାନ୍ଥ ଥିଲା। ଉଭୟେ ଇଣ୍ଟରକମ୍‌ ଜରିଆରେ କଥା ହୋଇଥିଲେ। ଏହି ସାକ୍ଷାତ ବେଳେ ଜେଲ କର୍ତ୍ତୃପକ୍ଷ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ କରୋନା ଯୋଗୁ କଏଦୀଙ୍କୁ ଘର ଲୋକଙ୍କ ସହ ଭେଟିବାକୁ ଅନୁମତି ନଥିଲା। କିନ୍ତୁ କିଛି ଦିନ ହେବ ମହାରାଷ୍ଟ୍ରର ସମସ୍ତ ଜିଲ୍ଲାରେ ଏହି ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ଏହି ନିୟମ ଉଠିବା ପରେ ଶାହାରୁଖ ଖାନ୍‌ ପୁଅକୁ ଭେଟିବାକୁ ପହଞ୍ଚିଥିଲେ। ଆଉ ଆଜି ମା’ ଗୌରୀ ବି ପୁଅକୁ ଦେଖାକରିଛନ୍ତି।

ଆର୍ଯ୍ୟନ୍‌ ଖାନ୍‌ଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଗତ କିଛି ଦିନ ତଳେ ଆର୍ଯ୍ୟନ୍‌ ଖାନ୍‌କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍‌ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। କିରଣ ଗୋସାବୀଙ୍କ ବଡିଗାର୍ଡ ପ୍ରଭାକର ଏନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆର୍ଯ୍ୟନ୍‌ଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କା ଦାବି କରାଯାଇଛି। ତାଙ୍କ ସତ୍ୟପାଠ ମୁତାବକ, ଏହି ଦାବି ଗୋସାବୀ ଏନ୍‌ସିବି ମୁଖ୍ୟ ସମୀର ଓ୍ଵାଙ୍ଖଡ଼େଙ୍କ ପକ୍ଷରୁ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରଭାକର ହେଉଛନ୍ତି ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଜଣେ ପ୍ରତ୍ୟକ୍ଷ ସାକ୍ଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.