କଳାହାଣ୍ଡି: ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିଡିପିଓ

କଳାହାଣ୍ଡି(କେନ୍ଯୁଜ୍): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିଡିପିଓ । କଳାହାଣ୍ଡି ଥୁଆମୂଳ ରାମପୁର ଆଇସିଡିଏସ୍‌ ସିଡିପିଓ ପୁଷ୍ପାଞ୍ଜଳି ରଥ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନଓ୍ଵାଡି କର୍ମୀ ଚୟନ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଭବାନୀପାଟଣାରେ ଥିବା ବଡପଡା ଘରେ ବୀର ସିଂଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢଉ କରିିଥିଲା । ଚଢଉରେ ନରବଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଜ୍‌, ମାଲକାନଗିରି ଡିଏସପି ସୁଶାନ୍ତ ବିଶ୍ୱାଳ, ଅଜିତ୍‌ ପାଢୀ ପ୍ରମୁଖ ସାମିଲ ଅଛନ୍ତି । କଳାହାଣ୍ଡିର ଦୁଇଟି ଓ ବଲାଙ୍ଗିରର ଗୋଟିଏ ସ୍ଥାନରେ ଚଢଉ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.