Below header

ଦୂରଦର୍ଶନ ପରେ ଜିଟିଭି, ସୋମବାର ଠାରୁ ପୁନଃ ପ୍ରସାରଣ ହେବ ଏକତା କପୁରଙ୍କ ସୁପର ହିଟ କମେଡି ସିରିଏଲ ”ହମ ପାଞ୍ଚ”

୧୯୯୫ ମସିହାରେ ଭାରତରେ ସାଟେଲାଇଟ ଚ୍ୟାନେଲ ଗୁଡିକର ଆରମ୍ଭ ହୋଇଥିଲା କିନ୍ତୁ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଯାଇ ପାରୁନଥିଲା । ସେ ସମୟରେ ଦେଶର ପ୍ରଥମ ସାଟେଲାଇଟ ଚ୍ୟାନେଲ ଜି ଟିଭି ପାଇଁ ଏକତା କପୁର ଏମ୍ପ୍ଲିଫାୟର ଭାବେ କାମ ଆରମ୍ଭ କରିଥିଲେ । ଏହି ଚ୍ୟାନେଲ ପାଇଁ ସେ ନିଜ ପ୍ରଥମ ଧାରାବାହିକ ”ହମ ପାଞ୍ଚ” ନିର୍ମାଣ କରିଥିଲେ । ଏହି ଧାରାବାହିକ ମାଧ୍ୟମରେ ହିଁ ଏକତା ସେସମୟରେ ଘରେ ଘରେ ପହଂଚି ପାରିଥିଲେ ।

hum panch

ଆପଣଙ୍କୁ ଏ ବିଷୟରେ କହିବାର କାରଣ ହେଉଛି ଏକତାଙ୍କ ଏହି ପ୍ରସିଦ୍ଧ ସିରିଏଲ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି । ଆସନ୍ତା ଏପ୍ରିଲ ୧୩ ତାରିଖରୁ ଏହି ଧାରାବାହିକ ପୁଣି ଥରେ ପ୍ରସାରିତ ହେବ । ପ୍ରକୃତରେ ଏହା ହେଉଛି ଜଣେ ପିତାଙ୍କ କାହାଣୀ, ଯାହାଙ୍କର ପାଞ୍ଚ ପାଞ୍ଚଟି ଦୁଷ୍ଟ ଝିଅ ଅଛନ୍ତି । ଝିଅଙ୍କ ଦୁଷ୍ଟାମୀକୁ ନେଇ ଚିନ୍ତିତ ପିତାଙ୍କୁ ତାଙ୍କ ଦିବଂଗତ ପତ୍ନୀ ବି ସମୟ ସମୟରେ ଉସୁକାଉଥିବା ନଜର ଆସିଛନ୍ତି । ୯୦ ଦଶକରେ ଲୋକଙ୍କ ଖୁବ ମନୋରଞ୍ଜନ କରିଥିବା ଏହି ଧାରାବାହିକ ଆଜିର ପିଢିଙ୍କୁ ହସାଇବାକୁ ଯାଉଛି ।

ଏକତା ୨୦୦୨ ମସିହା ଓ ୨୦୦୫ ମସିହାରେ ଦୁଇଥର ପାଇଁ ତାଙ୍କର ଏହି ସୁପରହିଟ ସିରିଏଲର ଦୁଇଟି ସିଜିନ୍ର ପ୍ରସ୍ତୁତ କରିଥିଲେ । ବାହରତାର ଏହା ପ୍ରଥମ ଧାରାବାହିକ ଯାହାର ବିଭିନ୍ନ ସିଜିନ ପ୍ରସ୍ତୁତ କରାଯାଇଥିଲା । ଲୋକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିବା ଏହି ଲୋକପ୍ରିୟ ସିରିଏଲରେ ଅଶୋକ ସରାଫ, ବିଦ୍ୟାବାଲାନ, ସୋମା ଆନନ୍ଦ, ଭୈରବୀ ରାୟପୁର, ବନ୍ଦନା ପାଠକ, ରାକ୍ଷୀ ଟଣ୍ଡନ, ପ୍ରିୟା ତେନ୍ଦୁଲକର ପ୍ରମୁଖ ମୁଖ୍ୟ ଭୂମିକା ନିଭେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.