ଅନେକ ବଡ ଫିଲ୍ମକୁ ପଛରେ ପକାଇଲା‘ଛିଛୋରେ’, ଗୋଟିଏ ମାସରେ ଏତେ କୋଟି ଟଙ୍କା ହେଲା ଯେ ଇଣ୍ଡଷ୍ଟ୍ରୀ ବି ହୋଇଗଲା ଆଶ୍ଚର୍ଯ୍ୟ

ମଲ୍ଟିଷ୍ଟାର ଫିଲ୍ମ ’ଛିଛୋରେ’ ରିଲିଜ୍ ହେବାର ଏକ ମାସ ହୋଇଯାଇଥିଲେ ମଧ୍ୟ ସିନେମାହଲରେ ଏହି ଫିଲ୍ମ ଏବେବି ଧୂମ୍ ମଚାଉଛି। ଉରି-ଦ-ସର୍ଜିକାଲ ଷ୍ଟ୍ରାଇକ ଏବଂ କବୀର ସିଂହ ପରେ ଏହି ଫିଲ୍ମ ୨୦୧୯ର ଏମିତି କମ୍ ବଜେଟ ଫିଲ୍ମ ହୋଇଛି ଯାହା ବହୁତ ଜବରଦସ୍ତ ରୋଜଗାର କରିଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଲ୍ମ ଏବେ ପର୍ଯ୍ୟନ୍ତର ୧୫୦ କୋଟିରୁ ଅଧିକ କଲେକସନ କରିଛି। ଛିଛୋରେ ବକ୍ସ ଅଫିସର ସୁପରହିଟ ଫିଲ୍ମ ହୋଇସାରିଛି। ନିତେଶ ତିଓ୍ଵାରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଛିଛୋରେ ୬ ସେପ୍ଟେମ୍ବରରେ ରିଲିଜ୍ ହୋଇଥିଲା ଏବଂ ୬ ଅକ୍ଟୋବରରେ ସ୍କ୍ରୀନରେ ଏହି ଫିଲ୍ମ ଗୋଟେ ମାସ ପୂରା କରିସାରିଛି।
୫୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିବା ଫିଲ୍ମରେ ଏବେ ପର୍ଯ୍ୟନ୍ତ ୧୫୦ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ଏହା ଏବେ ବି ସିନେମାହଲରେ ଜବରଦସ୍ତ ରୋଜଗାର କରୁଛି।