ହସ୍ପିଟାଲ୍‌ ଶେଯରେ ଶୋଇ ଚର୍ଚ୍ଚାରେ ପାଣ୍ଡ୍ୟା, ଜାଣନ୍ତୁ ଚର୍ଚ୍ଚିତ ହେବା ପଛରେ ରହିଛି କ’ଣ କାରଣ

ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ଲୋୟର୍ ବ୍ୟାକ୍ ସର୍ଜରି ପାଇଁ ନିକଟରେ ହୋଇଥିବା ଟେଷ୍ଟ୍‍ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି । କିନ୍ତୁ ଏହା ତାଙ୍କୁ ଲାଇମ୍‌ଲାଇଟ୍‌ରୁ ଦୂରେଇ ପାରିନାହିଁ। ପଡ଼ିଆରେ ନ ଆସି ମଧ୍ୟ ହସ୍ପିଟାଲ୍ ବେଡ୍‌ରେ ପଡ଼ି ଚର୍ଚ୍ଚାରେ ପାଣ୍ଡ୍ୟା। ପାଣ୍ଡ୍ୟା ଶନିବାର ଦିନ ଅସ୍ତ୍ରୋପଚାର ବେଡରେ ଶୋଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି।

hardik-pandyaଫଟୋଟିରେ ସେ ଏକ ଦାମୀ ଘଣ୍ଟା ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଘଣ୍ଟାକୁ ନେଇ ପାଣ୍ଡ୍ୟା ଚର୍ଚ୍ଚାର ପରିସରକୁ ଆସିଛନ୍ତିି। ସେ ଇନ୍‌ଷ୍ଟାରେ ଫଟୋ ପୋଷ୍ଟ୍‍ କରି ଲେଖିଛନ୍ତି କି, ମୋର ସଫଳତାର ସହ ଅସ୍ତ୍ରୋପଚାର ସମାପ୍ତ ହୋଇଛି। ସମସ୍ତଙ୍କ ଶୁଭେଚ୍ଛ ପାଇଁ ମୁଁ କୃତଜ୍ଞ। ବିନା ସମୟ ନ ନେଇ ମୁଁ ଫେରୁଛି। ସେ ପର୍ଯ୍ୟନ୍ତ ମୋତେ ମନେପକାନ୍ତୁ।

 

View this post on Instagram

 

Surgery done successfully 🥳 Extremely grateful to everyone for your wishes ❣️ Will be back in no time! Till then miss me 😉

A post shared by Hardik Pandya (@hardikpandya93) on

 

ଏହାସହ ପଢନ୍ତୁ:

ଯୁବରାଜ ସିଂହ ହେଲେ ‘ଚିକନା ଚମେଲା’, ସାନିଆ ମିର୍ଜା ଦୁନିଆ ସାମ୍ନାରେ ଉଡାଇଲେ ମଜା

pandyaହସ୍ପିଟାଲ୍ ବେଡ୍‌ରେ କେହି ଘଣ୍ଟା ପିନ୍ଧି ଅସ୍ତ୍ରୋପଚାର ପାଇଁ ଶୋଇନଥାନ୍ତି। କିନ୍ତୁ ହାର୍ଦ୍ଦିକଙ୍କ ହାତର ଘଣ୍ଟା ପିନ୍ଧିବା ଦୃଶ୍ୟକୁ ନେଇ  ପ୍ରଶଂସକମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି। କେହି କେହି ପାଣ୍ଡ୍ୟା ପିନ୍ଧିଥିବା ଘଣ୍ଟାର ମଡେଲ୍ କୁ ନେଇ ଆଲୋଚନା ମଧ୍ଯ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.