୨୬/୧୧ଆତଙ୍କୀ ଘଟଣାର ଅଭିଯୁକ୍ତ କସାଵ ବିପକ୍ଷରେ କେଶ ଲଢ଼ିଥିବା ଓକିଲଙ୍କ ଉପରେ ନିର୍ମାଣ ହେବ ବାୟୋପିକ

‘ଓ ମାଇଁ ଗଡ଼’ ଓ ‘୧୦୨ ନଟ ଆଉଟ’ ପରି ସିନେମା ମାନ କରି ପ୍ରଶଂସା ସାଉଁଟି ଥିବା ନିର୍ଦ୍ଦେଶକ ଉମେଶ ଶୁକ୍ଳା ଏବେ ବିଶିଷ୍ଟ ଓକିଲ ଉଜ୍ଜ୍ୱଳ ନିକମଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବା ନେଇ ଲକ୍ଷ ରଖିଛନ୍ତି । ଯାହାର ନାମ ‘ନିକମ’ ରଖାଯିବ ବୋଲି ସ୍ଥିର କରାଯାଇଛି । ଫିଲ୍ମଟିର କାହାଣୀ ଦାୟିତ୍ୱରେ ରହିବେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଭାବେଶ ମଣ୍ଡଳୀୟା ଓ ଗୌରବ ଶୁକ୍ଳା । ଯେବେକି ପ୍ରଯୋଜନା ଦାୟିତ୍ୱରେ ରହିବେ ଉମେଶ ଶୁକ୍ଳା, ସେଯଲ ଶାହ, ଆଶିଷ ବାଘ, ଗୌରଭ ଶୁକ୍ଳାଙ୍କ ବ୍ୟକ୍ତି ବିଶେଷ । ଏବାବଦରେ ନିକମଙ୍କୁ ପଚରା ଯିବାରୁ ସେ କହିଛନ୍ତି କି ଅନେକ ବର୍ଷ ହେବ ତାଙ୍କ ଉପରେ ବହି ଲେଖିବା ସହ ଫିଲ୍ମ ନିର୍ମାଣ କରିବାକୁ ଚେଷ୍ଟା ଚଳେଇ ଥିଲେ ବି ସେ ସେଥିପ୍ରତି ସେତେଟା ଧ୍ୟାନ ଦେଇନଥିଲେ

ujjwal

ତାଙ୍କ କହିବା ଅନୁଯାୟୀ ତାଙ୍କ ଉପରେ ଦେଶର ପୀଡିତ ମାନଙ୍କ ଦାୟିତ୍ୱ ଥିବାରୁ ସେ ସେଥିପ୍ରତି ସେତେଟା ଧ୍ୟାନ ଦେଇନାହାନ୍ତି । କିନ୍ତୁ ନିଜ ଉପରେ ହେଉଥିବା ବାୟୋପିକ ନିର୍ମାଣରେ ସେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଉମେଶ ଶୁକ୍ଳା ନିଜ ବକ୍ତବ୍ୟରେ କହିଛନ୍ତିକି ଏପରି ଜଣେ ରୋମାଂଚିତ ବ୍ୟକ୍ତିଙ୍କ ଉପରେ ଫିଲ୍ମ ନିର୍ମାଣ ନେଇ ତାଙ୍କ ଦଳ ବି ଖୁବ ଉତ୍ସାହିତ ଅଛନ୍ତି । ଉମେଶ ଏକ ମଜାଳିଆ ଅନ୍ଦାଜରେ ଆହୁରି ମଧ୍ୟ କହିଛନ୍ତି କି ସବୁ ହିରୋ ଟୋପି ପିନ୍ଧନ୍ତି ନାହିଁ । କେତେକ କଳା କୋର୍ଟ ବି ପିନ୍ଧନ୍ତି । ଆଉ ନିକମ ହେଉଛନ୍ତି ଜଣେ ପ୍ରକୃତ ହିରୋ । ସେ ଜଣେ ଏମିତି ହିରୋ ଯିଏ ସଦାବେଳେ ନ୍ୟାୟ ଉପରେ ହିଁ ବିଶ୍ୱାସ କରିଥାନ୍ତି ।

ujjwal

ଉଜ୍ଜ୍ୱଳ ନିକମଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ମାମଲା ଗୁଡିକ ଲଢ଼ିବାରେ ମାଷ୍ଟର ମାଇଣ୍ଡ ବୋଲି ଧରାଯାଏ । ୨୬/୧୧ ଆତଙ୍କବାଦୀ ଘଟଣାରେ ଧରା ପଡିଥିବା ଏକ ମାତ୍ର ଆତଙ୍କବାଦୀ କସାଵର କେଶକୁ ଉଜ୍ଜ୍ୱଳ ହିଁ ବହନ କରିଥିଲେ । ଏହା ବାଦ ଉଜ୍ଜ୍ୱଳ ୧୯୯୩ ମସିହାର ବମ୍ବେ ବମ ଧମାକା, ଗୁଲସନ କୁମାର ହତ୍ୟାକାଣ୍ଡ ଆଦି ପରି ପ୍ରମୁଖ ଘଟଣା ଗୁଡିକରେ ବି ମୁଖ୍ୟ ଭୂମିକା ନିଭେଇ ଥିଲେ । ନିଜ ୩୦ ବର୍ଷର କ୍ୟାରିୟର ଭିତରେ ସେ ୬୨୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଓ ୩୭ ଜଣଙ୍କୁ ଫାସୀ ଦଣ୍ଡ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.