ଶାହିନବାଗ୍‌ ଆନ୍ଦୋଳନରେ ପ୍ରେମ, ଏବେ ହେବ ବିବାହ

ଗତ ୫୫ ଦିନ ହେଲା ଦିଲ୍ଲୀର ଶାହିନ ବାଗ ଅଞ୍ଚଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ଏବେ ସବୁଠି ଚର୍ଚ୍ଚାର ବିଷୟ । ନାଗରିକତା ସଂଶୋଧନ ଅଧିନିୟମ (CAA) ବିରୋଧରେ ଚାଲିଥିବା ପ୍ରଦର୍ଶନରେ ବହୁ ସଂଖ୍ୟାରେ ମହିଳା, ଯୁବକ ଓ ଶିକ୍ଷାର୍ଥୀ ସାମିଲ ହୋଇଥିଲେ। ଏହି ସମୟରେ ଦୁଇ ଯୁବକ ଯୁବତୀ ପରସ୍ପର ମଧ୍ୟରେ ପ୍ରେମର ସମ୍ପର୍କ ଗଢି ଥିଲେ। ଯୁବତୀଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ସହ ଏବେ ସେମାନେ ବିବାହ କରିବାକୁ ଯାଉଛନ୍ତି।

couple

ରିପୋର୍ଟ ମୁତାବକ, ପ୍ରେମୀ ଯୁଗଳଙ୍କ ପରିବାର ଦୁହିଁଙ୍କ ସମ୍ପର୍କକୁ ନେଇ ମଧ୍ୟ ବେଶ୍‌ ଖୁସି। ଜୁନେଦ ଓ ସମର ନାମକ ପ୍ରେମୀ ଯୁଗଳ ମେଡିକାଲ ପଢୁଥିବା ବେଳେ ଏବେର ଶାହିନବାଗ ବିରୋଧ ପ୍ରଦର୍ଶନ ସ୍ଥଳରେ ପରସ୍ପର ସହ ଭେଟ ହୋଇଥିଲା। ଏବେ ଏହି ସମ୍ପର୍କ ପ୍ରେମର ରୂପ ନେଇଥିବା ବେଳେ ଉଭୟ ପରିବାରର ସହମତିରେ ଭାଲେଣ୍ଟାଇନ ଓ୍ଵିକ୍‌ରେ ବିବାହ କରିବାକୁ ଯାଉଥିବା ଜଣାପଡିଛି। ଏମିତି ଆଉ ଏକ ଯୋଡି ହେଲେ ଜିଶାନ ଓ ଆୟଶା। ଏମାନଙ୍କ ପରିବାର ପୂର୍ବରୁ ଯଦିଓ ପରସ୍ପରକୁ ଜାଣିଥିଲେ କିନ୍ତୁ ଏମାନେ ବିବାହ କରିବେ ବୋଲି କେହି ଜାଣି ନ ଥିଲେ। ଏବେ ଶାହିନବାଗରେ ଏମାନଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିବା ଜିଶାନ ଓ ଆୟଶା କହୁଥିବା ବେଳେ ଫେବୃୟାରୀ ୮ରେ ଏମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.