ଫିଲ୍ମ ପୁଷ୍ପା ଦ ରାଇଜର ଜବରଦସ୍ତ ରେକର୍ଡ, ବକ୍ସ ଅଫିସ ଡେ ୨ରେ ୧୦୦କୋଟିରୁ ଉର୍ଦ୍ଧ୍ୱ ବିଜନେସ

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ ଚର୍ଚ୍ଚା । ଏଇଥିପାଇଁ କି ଫିଲ୍ମ ପୁଷ୍ପା ଦ ରାଇଜ ଏବେ ଜବରଦସ୍ତ ବିଜନେସ କରୁଛି ବକ୍ସ ଅଫିସରେ । ଯଦିଓ ସମସ୍ତଙ୍କ ନଜର ଫିଲ୍ମ ଆର ଆର ଆର ଉପରେ ରହିଥିଲା । କିନ୍ତୁ ତା ପୂର୍ବରୁ ହିଁ ପୁଷ୍ପା ଫିଲ୍ମ ରିଲିଜ ହେବା ମାତ୍ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

କରୋନାର ଭୟ ଏବେ ବି ଯାଇନଥିବା ବେଳେ କିନ୍ତୁ ସିନେମା ହଲରେ ଏଭଳି ବିଜନେସ କରିଛି ପୁଷ୍ପା । ସିନେମା ହଲ ଗୁଡିକ ଖୋଲିବା ପରେ ପରେ ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ ହେବାରେ ଲାଗିଛି । ଏପଟେ ବଲିବୁଡ ପାଇଁ ବକ୍ସ ଅଫିସରେ ଚ୍ୟାଲେଞ୍ଜ ରହିଛି । ଏହାର କାରଣ ଦୁଇଟି । ପ୍ରଥମ ହେଉଛି କରୋନା ପ୍ରୋଟୋକଲ ହେତୁ ଅନେକ ସ୍ଥାନରେ ଥିଏଟର୍ସ ମାନଙ୍କରେ ହାଫ କାପାସିଟିରେ ଅଡିଅନ୍ସଙ୍କୁ ବସାଯିବା , ଦ୍ୱିତୀୟରେ ଏଥର ବଲିବୁଡ ସହ ହଲିଉଡ ଓ ସାଉଥ ମୁଭି ବି ରିଲିଜ ହେବାର ଲାଗିଛି ।

ଏବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ରିଲିଜ ହୋଇଥିବା ପୁଷ୍ପାକୁ ଦେଖନ୍ତୁ । ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ କରିଛି । ୨ଦିନରେ ୧୦୦ କୋଟି ପାର କରିଛି ଫିଲ୍ମ । ଯାହା ବର୍ତ୍ତମାନ ସମୟ କୁ ନେଇ ଢେର ଆଗରେ । ଏହାର ଓପନିଙ୍ଗ ଡେର ବକ୍ସ ଅଫିସ କଲେକ୍ସନ କହିସାରିଛି କି ଫିଲ୍ମ କେତେ ଜବରଦସ୍ତ ହୋଇଛି ଓ ବକ୍ସ ଅଫିସରେ କିଭଳି ନିଆଁ ଲଗାଇଛି । ରବିବାର ଫିଲ୍ମର ନିର୍ମାତା ଟ୍ଵିଟରରେ ବକ୍ସ ଅପିସ ନମ୍ବର ସେୟାର କରିଛନ୍ତି । ଟ୍ଵିଟରରେ ଲେଖାଅଛି ପୁଷ୍ପା ଦ ରାଇଜ ୨ଦିନରେ ୧୧୬କୋଟି ବିଜନେସ ବିଶ୍ୱବ୍ୟାପି ରେକର୍ଡ । ହିନ୍ଦୀ ଭାଷାଭାଷୀ ରାଜ୍ୟରେ ବି ଫିଲ୍ମ ଭଲ କାମ କରୁଛି । ଏହି ସଫଳତା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.