Below header

ବାହାଘରର ୫ ଦିନ ପରେ ଗୌହରଙ୍କୁ କରିବାକୁ ପଡିଲା ଏମିତି କାମ, ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରଲ

ନିକଟରେ ବଲିଉଡର ଅଭିନେତ୍ରୀ ତଥା ମଡେଲ ଗୌହର ଖାନ ଜୈଦ ଦରବାରଙ୍କୁ ବିବାହ କରିଛନ୍ତି। ଗୌହର ଖାନ ଡିସେମ୍ବର ୨୫ରେ ଜୈଦ୍ ଦରବାରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଦୁଇଟି ଫଟୋକୁ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଗୌହରଙ୍କ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଗୌହର ଜୈଦଙ୍କୁ କୋଳରେ ଉଠାଇ ଧରିଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଗୌହର ଏବଂ ଜୈଦ୍ ଦରବାରଙ୍କ ବିବାହର ଅନେକ ଫଟୋ ସାମ୍ନାକୁ ଆସିଥିଲା। କିନ୍ତୁ ଏବେ ବିବାହର ପାଞ୍ଚ ଦିନ ପରେ ଯେଉଁ ଫଟୋ ସାମ୍ନାକୁ ଆସିଛି ସେହି ଫଟୋକୁ ଦେଖି ଉଭୟଙ୍କ ପ୍ରଶଂସକ ବହୁତ ଉତ୍ସାହିତ ହୋଇଯାଇଛନ୍ତି। ଏହି ଫଟୋରେ ଗୌହର ସ୍ବାମୀ ଜୈଦ୍ଙ୍କୁ କୋଳରେ ଉଠାଇ ଧରିଛନ୍ତି। ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ଜୈଦ ଏବଂ ଗୌହରଙ୍କ ସ୍ବାଗ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.