ଚାଲିଗଲେ ଗୌହ୍ବର ଖାନଙ୍କ ପିତା ଜଫର ଖାନ, ଅନେକ ଦିନରୁ ରୋଗରେ ପୀଡିତ ଥିଲେ

ଟେଲିଭିଜନ ତଥା ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଗୌହ୍ବର ଖାନଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ବାଦଲ। ଅଭିନେତ୍ରୀ ନିକଟରେ ବିବାହ କରି ଅନେକ ଖୁସି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କ ପରଲୋକ ହୋଇଛି। ଆଜି ସକାଳେ ଏକ ହସପିଟାଲରେ ଗୌହ୍ବରଙ୍କ ପିତା ଶେଷ ନିଶ୍ବାସ ତ୍ଯାଗ କରିଛନ୍ତି। ବିବାହ ପରେ ବାପାଙ୍କ ଦେହ ଖରାପ ହେବାରୁ ଗୌହ୍ବର ଆସି ବାପାଙ୍କ ଦେଖାଶୁଣା କରୁଥିଲେ। ତାଙ୍କ ବାପାଙ୍କ ନିଧନ ଖବର ତାଙ୍କ ତାଙ୍କ ପ୍ରୀତି ସିମୋସ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଗତ କିଛିଦିନ ତଳେ ଗୌହ୍ବର ଜାଏଦ ଖାନଙ୍କୁ ବିବାହ କରିଥିଲେ। ତା’ ପରଠାରୁ ତାଙ୍କ ବାପାଙ୍କ ଦେହ ଖରାପ ହେବାରୁ ସେ ତାଙ୍କ ପାଖରେ ରହି ଦେଖାଶୁଣା କରୁଥିଲେ। ନିଜ ବାପାଙ୍କୁ ହରାଇ ଗୌହ୍ବର ଭାଙ୍ଗିପଡିଛନ୍ତି।