Below header

6,000mAh ବ୍ୟାଟେରୀ ଥିବା Realme Narzo 30Aର ଆଜି ପ୍ରଥମ ସେଲ୍‌, ଦାମ୍‌ ମାତ୍ର ଏତିକି ଟଙ୍କା

Realme ଭାରତରେ ଗତ ମାସରେ ନିଜ Realme Narzo 30 ସିରିଜ୍‌ ଲଞ୍ଚ୍‌ କରିଥିଲା। ଏହି ସିରିଜ୍‌ ଅଧୀନରେ Narzo 30 Pro 5G ଏବଂ Narzo 30A ଲଞ୍ଚ୍‌ ହୋଇଥିଲା। 30 Proର ବିକ୍ରି ଦେଶରେ ଆରମ୍ଭ ହୋଇଯାଇଥିବା ବେଳେ ଏବେ 30Aକୁ ଆଜିଠୁ ବିକ୍ରି ପାଇଁ ଉପଲବ୍ଧ କରାଯିବ। ଏହି ବଜେଟ୍‌ ଫୋନ୍‌ରେ MediaTek Helio G85 ପ୍ରୋସେସର ଏବଂ 6,000mAhର ବଡ଼ ବ୍ୟାଟେରୀ ଦିଆଯାଇଛି।

Narzo 30Aର 3GB + 32GB ଭେରିଏଣ୍ଟର ଦାମ୍‌ 8,999 ଟଙ୍କା ଏବଂ 4GB + 64GB ଭେରିଏଣ୍ଟର ଦାମ୍‌ 9,999 ଟଙ୍କା ରଖାଯାଇଛି। ଗ୍ରାହକ ଏହାକୁ ଲେଜର ବ୍ଲାକ୍‌ ଏବଂ ଲେଜର ବ୍ଲୁ କଲର୍‌ ଅପ୍‌ଶନରେ କିଣିପାରିବେ। ଏହି ସ୍ମାର୍ଟଫୋନର ବିକ୍ରି ଆଜି ଅର୍ଥାତ୍‌ ୫ ମାର୍ଚ୍ଚ ମଧ୍ୟାହ୍ନ ୧୨ଟାରୁ ଫ୍ଲିପ୍‌କାର୍ଟ, ରିୟଲମୀର ଅଫିସିଆଲ ସାଇଟ୍‌ ଏବଂ ମେନଲାଇନ ଅଫ୍‌ଲାଇନ ଷ୍ଟୋର ଜରିଆରେ କରାଯିବ। ଫ୍ଲିପକାର୍ଟରେ ଗ୍ରାହକମାନଙ୍କୁ ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ଏବଂ ଡେବିଟ୍‌ କାର୍ଡରେ ୫୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ବି ମିଳିବ।

Narzo 30Aର ସ୍ପେସିଫିକେଶନ

ଡୁଆଲ ସିମ୍‌(ନାନୋ) ସପୋର୍ଟ ବାଲା Narzo 30A ଆଣ୍ଡ୍ରୋଏଡ୍‌ ୧୦ ବେସ୍‌ଡ Realme UIରେ ଚାଲିଥାଏ ଏବଂ ଏଥିରେ 6.5 ଇଞ୍ଚ୍‌ HD+ (720×1,600 ପିକ୍ସଲ) ଡିସ୍‌ପ୍ଲେ ଦିଆଯାଇଛି। ସେହିପରି ଏହାର ରିୟରରେ 13MP ପ୍ରାଇମେରୀ ସେନ୍ସର ଏବଂ ଏକ ମନୋକ୍ରୋମ ପୋଟ୍ରେଟ୍‌ ସେନ୍ସର ମହଜୁଦ ଅଛି। ସେଲ୍ଫି ପାଇଁ ଏହାର ଫ୍ରଣ୍ଟରେ 8MP କ୍ୟାମେରା ମିଳିବ। Narzo 30Aରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରିୟର ମାଉଣ୍ଟେଡ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.