ରିଲିଜ୍ ହେଲା ଗେହରାଇୟା ଟ୍ରେଲର, ସିଦ୍ଧାନ୍ତଙ୍କ ସହ ଜବରଦସ୍ତ ରୋମାନ୍ସ କରିଛନ୍ତି ଦୀପିକା

ରିଲିଜ୍ ହେଲା ଦୀପିକା ଏବଂ ସିଦ୍ଧାନ୍ତଙ୍କ ଅଭିନୀତ ‘ଗେହରାଇୟା’ର ଟ୍ରେଲର। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଶକୁନ ବାତ୍ରା। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦୀ, ଅନନ୍ୟା ପାଣ୍ଡେ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହାସହିତ ନାସିରୁଦ୍ଧିନ ଶାହ ଏବଂ ରଜତ କୁମାର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଫିଲ୍ମ ଗେହରାଇୟା ଏକ ରିଲେସନସିପ ଡ୍ରାମା। ଯେଉଁଥିରେ ଆଜିର ଜମାନାରେ ସମ୍ପର୍କକୁ ନେଇ ହେଉଥିବା ସମସ୍ୟାକୁ ଦେଖାଯାଇଛି।
୧୧ ଫେବୃୟାରୀ ୨୦୨୨କୁ ଆମାଜନ୍ ପ୍ରାଇମ୍ ଭିଡିଓରେ ଭାରତ ସହିତ ଦୁନିଆରେ ୨୪୦ ଦେଶରେ ଫିଲ୍ମ ‘ଗେହରାଇୟା’ର ଓ୍ଵାଲର୍ଡ ପ୍ରିମିୟର ହେବ। ଆମାଜନ ପ୍ରାଇମ ଭିଡିଓ ଆଜି ‘ଗେହରାଇୟା’ର ବହୁତ ରୋମାଞ୍ଚକ ଏବଂ ହୃଦୟସ୍ପର୍ଶୀ ଟ୍ରେଲରକୁ ରିଲିଜ୍ କରିଛି। ଏହାକୁ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ ଦର୍ଶକ।
ଶକୁନ୍ ବତ୍ରାଙ୍କ ନିର୍ଦ୍ଦେଶନାର ନିର୍ମିତ ହୋଇଥିବା ଏହି ଫିଲ୍ମ ଏକ ରିଲେସନସିପ ଡ୍ରାମା। ଯେଉଁଥିରେ ଆଜିର ଜମାନାର ବାସ୍ତବ ଚିତ୍ର ଦେଖାଯାଇଛି।