ସାଇ ସମୃଦ୍ଧି ରିଅଲକନ୍‌ ଚିଟ୍‌ଫଣ୍ଡ ଠକେଇ ଘଟଣା: OPID କୋର୍ଟରେ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ

କଟକ(କେନ୍ୟୁଜ୍): ସାଇ ସମୃଦ୍ଧି ରିଅଲକନ ପ୍ରାଇଭେଟ ଲିମିଟେଡ ଚିଟଫଣ୍ଡ ଠକେଇ ଘଟଣାରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ଦାସ ଦୋଷୀ ସାବ୍ୟସ୍ତ । କଟକ ଓପିଆଇଡି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତୀୟ ଦଣ୍ଡବିଧି ଆଇନର ୪୨୦ ଦଫାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ସେହିପରି ଓପିଆଇଡି ଆଇନର ଧାରା ୬ ଅନୁଯାୟୀ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ଏହି ମାମଲାରେ ଏକ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ରହିଛି ।

ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । ସେହିପରି କମ୍ପାନୀ ଉପରେ ୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ ହୋଇଥିବା ବେଳେ କମ୍ପାନୀର ଜୋରିମାନା ଅନାଦେୟ ହେଲେ ପରିଚାଳନା ନିର୍ଦ୍ଦେଶକ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି । ସାଇ ସମୃଦ୍ଧି ରିଅଲକନ ଚିଟଫଣ୍ଡ କମ୍ପାନୀରେ ଟଙ୍କା ଜମା ରଖିଲେ ୪ ବର୍ଷରେ ଦୁଇଗୁଣା ହୋଇଯିବ କହି ଲୋକଙ୍କୁ ଟଙ୍କା ଠକେଇ କରିଥିଲେ । ୨୦୧୫ ମସିହାରେ କଟକ ପୁରିଘାଟ ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.