ଧନୁଷ ଓ ଐଶ୍ୱର୍ଯ୍ୟାଙ୍କର ନ ହୋଇପାରେ ଡିଭର୍ସ: ଧନୁଷଙ୍କ ବାପା କହିଲେ ସତ

ସାଉଥ ସୁପର ଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ୧୮ ବର୍ଷର ସମ୍ପର୍କ ଭାଙ୍ଗିବା ନେଇ ଯେଉଁ ଖବର ଆସିଛି ତାଙ୍କୁ ନେଇ ଧନୁସଙ୍କ ଫ୍ୟାନ୍ସ୍ ଦୁଃଖ ପ୍ରକାଶ କରିଛନ୍ତି। କାରଣ ସେମାନଙ୍କର ପ୍ରାୟ ୧୮ ବର୍ଷର ସମ୍ପର୍କ ଥିଲା । ଏହା ପରେ ଧନୁଷ ଓ ଐଶ୍ଵର୍ଯ୍ୟାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି। ତେବେ କିଛି ଦିନ ପୂର୍ବରୁ ଧନୁଷ ନିଜ ଡିଭର୍ସ ସୋସିଆଲ ମିଡ଼ିଆ ଆକାଉଣ୍ଟ ଇଂସ୍ତାଗ୍ରାମ ଓ ଟୁଇଟରରେ ଘୋଷଣା କରିଛନ୍ତି ।
ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ଠାରୁ ଛାଡ଼ପତ୍ର ନେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଧନୁଷ। ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ପରେ ଏହି ଖବର ଫ୍ୟାନ୍ଙ୍କୁ ଶକ୍ତ ଧକ୍କା ଦେଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଐଶ୍ୱର୍ଯ୍ୟା ହେଉଛନ୍ତି ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ। ସେହିପରି ଧନୁଷ ଜଣାଶୁଣା ପ୍ରଯୋଜକ କସ୍ତୁରୀ ରାଜାଙ୍କ ପୁଅ। ଐଶ୍ୱର୍ଯ୍ୟା ଓ ଧନୁଷ ୨୦୦୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି କପଲଙ୍କର ଦୁଇଟି ପିଲା ୟାତ୍ରା ଓ ଲିଙ୍ଗା ଅଛନ୍ତି। କିଛି ଦିନ ତଳେ ଏହି କପଲଙ୍କ ଅଲଗା ହେବା ଖବର ଚର୍ଚ୍ଚାରେ ରହିଥିଲା। କିନ୍ତୁ ସେମାନେ ଏହାକୁ ଏଡ଼ାଇ ଦେଇଥିଲେ। ମାତ୍ର ସୋମବାର ବିଳମ୍ବିତ ରାତିରେ ଧନୁଷ ପୋଷ୍ଟ କରି ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ଆଉ ଐଶ୍ୱର୍ଯ୍ୟା ଅଲଗା ହୋଇଛନ୍ତି।
ତେବେ ଏହା ପରେ ଧନୁଷଙ୍କ ବାପା କସ୍ତୁରୀ ରାଜା ମିଡ଼ିଆକୁ କହିଛନ୍ତି ଯେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସ୍ବାଭାବିକ କଥା । ତେଣୁ ଐଶ୍ୱର୍ଯ୍ୟା ଓ ଧନୁଷଙ୍କ ମଧ୍ୟରେ ବି ସେହିପରି କିଛି ପାରିବାରିକ ଅସୁବିଧା ହୋଇଛି ଯାହା ପାଇଁ ସେମାନେ ଏପରି ନିଷ୍ପତି ନେଇଯାଇଛନ୍ତି । କିନ୍ତୁ ସେମାନେ ଅଲଗା ହେବେନି। ହୁଏତ ଦୁହେଁ ପରସ୍ପରକୁ ପରେ ଭଲରେ ବୁଝି ଏକାଠି ହୋଇପାରନ୍ତି। ତେବେ ସେମାନେ ଏବେ ଚେନ୍ନାଇରେ ନାହାନ୍ତି ଦୁହେଁ ବର୍ତ୍ତମାନ ହାଇଦ୍ରାବାଦରେ ଅଛନ୍ତି ।