ଉଜ୍ୱଳ ତ୍ୱଚା ପାଇବା ପାଇଁ ଫେସ ପ୍ୟାକ ନୁହେଁ ବରଂ ମାନନ୍ତୁ ଏହି ଉପାୟ, ଶୀଘ୍ର ମିଳିବ ଫାଇଦା

ଅଧିକାଂଶ ଝିଅମାନେ ତ୍ୱଚାରେ ଦେଖାଯାଉଥିବା ଦାଗ ପାଇଁ ଚିନ୍ତାରେ ପଡିବା ସହ ଘରୋଇ ଉପଚାରର ସାହାଯ୍ୟ ନେଇଥାନ୍ତି। କେବେ କେବେ ମହଙ୍ଗାରୁ ଅତି ମହଙ୍ଗା ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏହିସବୁ ଉପାୟ ପରେ ମଧ୍ୟ ତ୍ୱଚାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିନଥାଏ।

ଯଦି ଆପଣ ତ୍ୱଚା ଉଜ୍ୱଳ ଦେଖିବାକୁ ଚାହୁଁଛନ୍ତି ତେବେ ପାଣି ବ୍ୟବହାର କରନ୍ତୁ। ଏଥିପାଇଁ କେବଳ ପାଣିରେ ଏହିସବୁ ଜିନିଷ ମିଶାଇ ସେବନ କରନ୍ତୁ। ଏପରି କରିବା ଦ୍ୱାରା ଶରୀର ଡିଟକ୍ସ ହେବା ସହ ଶରୀର ଭିତରୁ ଅପରିସ୍କାର ଜିନିଷ ବାହାରିଯାଇଥାଏ।

ଚିୟା ସିଡ୍‌:
ଏହା ତୁଳସୀ ପ୍ରଜାତିର ମଞ୍ଜି, ଏହି ମଞ୍ଜିରେ ଅଲ୍ଫା ଲିପୋଇକ ଏସିଡ ପ୍ରଚୁର ମାତ୍ରାରେ ରହିଥାଏ। ଏହା ତ୍ୱଚାର ଲୋଚାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଚିୟା ସିଡ୍‌ରେ ଓମେଗା-୩ ଏବଂ ଓମେଗା-୬ ଫ୍ୟାଟି ଏସିଡ ରହିଥାଏ, ଯାହା ମୃତ ତ୍ୱଚାକୁ ସତେଜ୍‌ କରିବାରେ ସାହାଯ୍ୟ କରିଥାଏ।

ଡାଲଚିନି:
ପିଇବା ପାଣି ପୁଟାଇବା ସମୟରେ ସେଥିରେ ଅଳ୍ପ ଡାଲଚିନି ପାଉଡର ଏବଂ କିଛି ଖଣ୍ଡ ସେଓ ପକାନ୍ତୁ। ଏହାପରେ ପାଣିକୁ ଛାଣି ପିଅନ୍ତୁ। ଏହି ପାଣି ପିଇବା ଦ୍ୱାରା ।ରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ହେବା ସହ ତ୍ୱଚାରେ ସୌନ୍ଦର୍ଯ୍ୟ ଆସିଥାଏ।

ପୋଦିନା ପାଣି:
ପୋଦିନା ପାଣି ପିଇବା ଦ୍ୱାରା ପେଟ ସଫା ରହିବା ସହ ତ୍ୱଚାରେ ଚମକ ଆସିଥାଏ। ଏହି ପାଣି ସେବନ କରିବା ଦ୍ୱାରା ତ୍ୱଚାରେ ଗୋରାପଣ ଆସିଥାଏ।

ଲେମ୍ବୁ: 
ପିଇବା ପାଣିରେ ଲେମ୍ବୁ ମିଶାଇ ପିଇବାର ମଧ୍ୟ ଅନେକ ଫାଇଦା ରହିଛି। ଏହାଦ୍ୱାରା କେବଳ ଆପଣଙ୍କ ପାଚନ ପ୍ରକ୍ରିୟା ସଠିକ୍‌ ହୋଇନଥାଏ ବରଂ ଶରୀରର ଅପରିସ୍କାର ଜିନିଷ ଝାଳ ଆକାରରେ ବାହାରିଯାଇଥାଏ। ଲେମ୍ବୁ ବଦଳରେ ଆପଣ ଏକ ଗ୍ଲାସ ପାଣିରେ ଏକ ଚାମଚ ଆପଲ୍‌ ସାଇଡର ଭିନେଗାର ମିଶାଇ ପିଇପାରିବେ।