ବାସ୍ତୁ: ଲୋକପ୍ରିୟ ହେବାକୁ ଚାହୁଁଛନ୍ତି କି? ତା’ ହେଲେ ଆପଣାନ୍ତୁ ଏହି ଉପାୟ; ସବୁଆଡ଼ୁ ମିଳିବ ଆଦର, ସମ୍ମାନ…

ଲୋକପ୍ରିୟତା ପାଇବା ପାଇଁ ମଣିଷ ପାଖରେ ଅନେକ ଗୁଣ ରହିବା ଜରୁରୀ। ସମାଜରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ପ୍ରୟାସ କରି ଥାଆନ୍ତି। ବାସ୍ତୁ ଶାସ୍ତ୍ରରେ ପ୍ରସିଦ୍ଧି ପାଇବା ପାଇଁ କିଛି ସହଜ ଉପାୟ ବିଷୟରେ କୁହାଯାଇଛି। ଏହି ପଦକ୍ଷେପ ଏବଂ ଉପାୟଗୁଡିକୁ ଆପଣାଇବା ଦ୍ୱାରା ସମାଜରେ ଆପଣଙ୍କୁ ପ୍ରତିଷ୍ଠା ମିଳି ପାରିବ। ଆସନ୍ତୁ ଜାଣିବା, ଏହି ଉପାୟଗୁଡ଼ିକ ବିଷୟରେ।

-ଘର ଏବଂ ଏହାର ଆଖପାଖ ଶକ୍ତିରେ ସକାରାତ୍ମକ ପରିବର୍ତ୍ତନ ଆଣି ଜୀବନ ସ୍ତରକୁ ଉଚ୍ଚ କରାଯାଇ ପାରିବ। ଖ୍ୟାତି ଅର୍ଜନ କରିବା ପାଇଁ ପ୍ରତିଦିନ ମା’ ଦୁର୍ଗାଙ୍କୁ ପୂଜା କରନ୍ତୁ। ମା’ଙ୍କ ପାଦରେ ଲବଙ୍ଗ, ଚୁଡ଼ି, କର୍ପୂର, ମନ୍ଦାର ଫୁଲ, ସିନ୍ଦୁର ଏବଂ ଅତର ରଖି ମା’ଙ୍କ ଧ୍ୟାନ କରନ୍ତୁ।

-ବୃଦ୍ଧମାନଙ୍କୁ ସମ୍ମାନ ଦିଅନ୍ତୁ। ସାମାଜିକ ଖ୍ୟାତି ପାଇବା ପାଇଁ ସୂର୍ଯ୍ୟଦେବଙ୍କୁ ପୂଜା, ଉପାସନା କରନ୍ତୁ। ସୂର୍ଯ୍ୟ ଭଗବାନଙ୍କୁ ପ୍ରଣାମ କରି ହଳଦିଆ ବସ୍ତ୍ର ଏବଂ ରକ୍ତ ଚନ୍ଦନ ଦାନ କରନ୍ତୁ। ସବୁବେଳେ ସକାରାତ୍ମକ ଶକ୍ତି ଥିବା ଲୋକଙ୍କ ପାଖରେ ରୁହନ୍ତୁ। ଘରୁ ବାହାରକୁ ଗଲା ବେଳେ ସିନ୍ଦୁରର ଟୀକା ଲଗାଇ ବାହାରନ୍ତୁ।

-ଶ୍ରୀ ରାଧା-କୃଷ୍ଣ ପରମ ସୁଖର ସାଗର। ଏଥିପାଇଁ ସେମାନଙ୍କ ଫଟୋକୁ ଘରେ ଲଗାନ୍ତୁ। ଏମିତି କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ହେବା ଆରମ୍ଭ କରିଥାଏ। ପରିବାରର ସମସ୍ତ ସଦସ୍ୟଙ୍କର ଭାଗ୍ୟ ଉଦୟ ହୋଇଥାଏ।

-ସୋମବାର ଘରୁ ବାହାରିବା ପୂର୍ବରୁ ଦର୍ପଣରେ ନିଜ ଚେହେରା ଦେଖି ବାହାରନ୍ତୁ। ମଙ୍ଗଳବାର ଘରୁ ବାହାରିବା ପୂର୍ବରୁ କିଛି ମିଠା ଖାଇ ବାହାର ବାହାରନ୍ତୁ। ବୁଧବାର ଦିନ ସବୁଜ ଧନିଆ ପତ୍ର ଖାଇ ବାହାରନ୍ତୁ। ଗୁରୁବାର ଦିନ ଯଦି କୌଣସି ବିଶେଷ କାମ ପାଇଁ ବାହାରକୁ ଯିବାର ଅଛି, ତା’ ହେଲେ ଘରୁ ବାହାରିବା ପୂର୍ବରୁ କିଛି ସୋରିଷ ମଞ୍ଜି ପାଟିରେ ପକାଇ ବାହାରନ୍ତୁ।

-ସେହିପରି ଶୁକ୍ରବାର ଦିନ କ୍ଷୀରରେ ତିଆରି ଜିନିଷ ସେବନ କରନ୍ତୁ। ଯଦି ଶନିବାର ଦିନ ଆପଣ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି, ତା’ ହେଲେ ଘିଅ ଖାଇ ବାହାରନ୍ତୁ। ରବିବାର ଦିନ ବିଶେଷ କାମରେ ଯିବାକୁ ଥିଲେ, ପାନ ପତ୍ରକୁ ନିଜ ପାଖରେ ରଖି ବାହାରନ୍ତୁ।