ଆଇଟମ୍ ଗର୍ଲରୁ ସୁଲତାନଙ୍କ ମାଆ , କୌଣସି ରିଲଠୁ କମ୍ ନୁହେଁ ହେଲେନଙ୍କ ରିୟଲ ସଂଘର୍ଷର କାହାଣୀ

ଜୀବନ ଏମିତି ଯେଉଁଠି ଥିଲା ଖାଲି ଅନ୍ଧାର ହିଁ ଅନ୍ଧାର

ଯଦି ଆପଣ ବଲିଉଡର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ମାନଙ୍କର ତାଲିକା ପ୍ରସ୍ତୁତ କରିବେ ତେବେ ଟପରେ ନିଶ୍ଚୟ ହେଲେନଙ୍କ ନାଁ ଆସିବ । ସିଲଭର ସ୍କ୍ରିନରେ ହେଲେନ୍ ଏମିତି ଏକ ନାଁ ଯାହାକୁ ଭୁଲିବା ଅସମ୍ଭବ । ୨୧ ନଭେମ୍ବର ୧୯୩୮ରେ ବର୍ମାରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ୍ ଅଭିନେତ୍ରୀ ଯେପର୍ଯ୍ୟନ୍ତ ବଲିଉଡରେ ଥିଲେ ସେଯର୍ଯ୍ୟନ୍ତ ନିଜ ପ୍ରଭାବ ବିସ୍ତାର କରି ରଖିଥିଲେ । ହେଲେନଙ୍କ ଆଗରେ ଫେଲ୍ ମାରୁଥିଲେ ବଡ଼ ବଡ଼ ନାୟିକା । ହେଲେନଙ୍କୁ ପ୍ରଥମ ଆଇଟମ୍ ଗର୍ଲ କହିଲେ ଭୁଲ୍ ହେବ ନାହିଁ । କାରଣ ଭାରତୀୟ ସିନେମାରେ ଆଇଟମ୍ ଗୀତରେ ଡ୍ୟାନ୍ସର ଆରମ୍ଭ ହେଲେନ୍ ହିଁ ତ କରିଥିଲେ ।

ରିଲରେ ନିଜ ଡ୍ୟାନ୍ସରେ ଦର୍ଶକ ହୃଦୟ ଜିତିଥିବା ହେଲେନଙ୍କ ରିୟଲ୍ କାହାଣୀ କୌଣସି ସିନେମାଠୁ କମ୍ ନୁହେଁ । ଯେଉଁଠି ଥିଲା ଖାଲି ଅନ୍ଧାର ହିଁ ଅନ୍ଧାର । ଯେଉଁ ସଂଘର୍ଷ କରିଛନ୍ତି ହେଲେନ୍ ତାକୁ ଶବ୍ଦ ଦେବା ସହଜ ନୁହେଁ । ଜାଣନ୍ତୁ ହସ ହସ ଚେହେରା ରଖିଥିବା ହେଲେନଙ୍କ ଅନ୍ଧାରୀ ଜୀବନର କିଛି ସତ ।

ହେଲେନଙ୍କ ବାପା ଜର୍ଜ ଜଣେ ଆଙ୍ଗ୍ଲୋଇଣ୍ଡିଆନ୍ ଥିବା ବେଳେ ମା ଥିଲେ ବର୍ମାର । ତେବେ ବାପାଙ୍କ ଦେହାନ୍ତ ପରେ ମା’ ଜଣେ ବ୍ରିଟିସ୍ ସୈନଙ୍କୁ ବିବାହ କରିଥିଲେ । ହେଲେନଙ୍କ ଜଣେ ଭାଇ ଏବଂ ଭଉଣୀ ମଧ୍ୟ ଥିଲେ । କିଛି ଦିନ ପରେ ହେଲେନଙ୍କ ଦ୍ୱିତୀୟ ବାପାଙ୍କ ମଧ୍ୟ ଦେହାନ୍ତ ହୋଇଥିଲା । ତେବେ ଯେତେବେଳେ ବର୍ମାକୁ ଜାପାନ୍ କବଜା କଲା ସେତେବେଳେ ହେଲେନଙ୍କ ପୁରା ପରିବାର ମୁମ୍ବାଇ ଆସିଥିଲା । ଆଉ ଯାତ୍ରା ସମୟରେ ସମୟରେ ଖାଇବାକୁ ପାଉନଥିଲେ ହେଲେନ୍ ଏବଂ ତାଙ୍କ ପରିବାର । ଭୋକ ଉପାସରେ ଦିନ ଦିନ ଧରି ରହିବାକୁ ପଡିଥିଲା । ଏପରିକି ଶରୀରରେ କପଡା ମଧ୍ୟ ନଥିଲା । ରାସ୍ତାରେ ଯଦି କେହି କିଛି ଖାଇବାକୁ ଦେଉଥିଲେ ତାକୁ ଖାଇ ରହୁଥିଲେ । ବହୁତ କଷ୍ଟରେ ଆସାମରେ ପହଂଚିଥିଲେ । ଆସାମ ଆସିବା ବାଟରେ ତାଙ୍କ ଗ୍ରୁପର ଅନେକ ଲୋକ ଅନାହାରରେ ମୃତ୍ୟୁବରଣ କରିଥିଲେ ।

ସେ ହେଲେନଙ୍କ ମା ଗର୍ଭବତୀ ଥିଲେ । ହେଲେ ବାଟରେ ଆସିବା ସମୟରେ ତାଙ୍କର ଗର୍ଭପାତ ହୋଇ ଯାଇଥିଲା । ହେଲେନଙ୍କ ଅବସ୍ଥା ଏପରି ହୋଇଯାଇଥିଲା ଯେ ଗୋଟିଏ କଙ୍କାଳ ପରି ଦେଖାଯାଉଥିଲେ । ଭାଇର ଅବସ୍ଥା ମଧ୍ୟ ସେପରି ଥିଲା । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁଇ ମାସ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ କିଛି ଦିନ ପରେ ହେଲେନଙ୍କ ଭାଇଙ୍କର ମୃତ୍ୟୁ ହୋଇଯାଇଥିଲା । ସେଠାରେ ନର୍ସର କାମ ଆରମ୍ଭ କରିଥିଲେ ହେଲେନଙ୍କ ମା’ ।

helenଆର୍ଥିକ ଅବସ୍ଥା ଭଲ ନଥିବାରୁ ଅଧାରୁ ପାଠ ପଢା ଛାଡିଥିଲେ ହେଲେନ୍ । ଆଉ କାମର ସନ୍ଧାନରେ ବାହାରିଥିଲେ । କାମ ଖୋଜୁଥିବା ହେଲେନଙ୍କୁ କୁକୁ ମୋରେ ବଲିଉଡକୁ ଆଣିଥିଲେ । ଏହା ପରେ ବଲିଉଡରେ ଧୀରେ ଧୀରେ ନିଜ ପାଦ ଜମାଇବାକୁ ଲାଗିଲେ ହେଲେନ । ଅତ୍ୟଧିକ ସୁନ୍ଦର ହୋଇଥିବାରୁ ହେଲେନ୍ ଅନେକ ଥର ଅସଦାଚରଣର ଶିକାର ମଧ୍ୟ ହୋଇଛନ୍ତି ।

୧୯୫୭ରେ ହେଲେନ୍ ନିଜ ଠାରୁ ୨୭ ବର୍ଷ ବଡ ନିର୍ଦେଶକ ପିଏନ୍ ଆରୋରାଙ୍କୁ ବିବାହ କରିଥିଲେ । ହେଲେ ଏହି ସଂପର୍କ ମାତ୍ର ୧୬ବର୍ଷ ଚାଲିଥିଲା । କାରଣ ଥିଲା ହେଲେନଙ୍କ ସବୁ ଟଙ୍କା ତାଙ୍କ ସ୍ୱାମୀ ପି.ଏନ୍ ଅରୋରା ଖର୍ଚ୍ଚ କରି ଉଡାଇଦେଉଥିଲେ । ସ୍ୱାମୀଙ୍କ ଖର୍ଚ୍ଚ ବହନ କରି କରି ସେ ଦେବାଳିଆ ମଧ୍ୟ ହୋଇଯାଇଥିଲେ । ଏପରିକି ସେ ଭଡା ଦେଇ ନପାରିବାରୁ ତାଙ୍କ ଘର ସିଜ୍ କରାଯାଇଥିଲା ।

salimଏହା ପରେ ସେ ଜୀବନ ଯୁଦ୍ଧ ଏକାକୀ ଲଢିଥିଲେ । ତେବେ ୧୯୬୨ରେ ସିନେମା ‘କାବିଲ୍ ଖାନ୍’ ସମୟରେ ସଲମାନଙ୍କ ବାପା ସଲୀମ୍ ଖାନଙ୍କ ସହ ଦେଖା ହୋଇଥିଲା ହେଲେନଙ୍କର । ଆଉ ପ୍ରଥମ ଦେଖାରେ ହିଁ ହେଲେନଙ୍କୁ ହୃଦୟ ଦେଇ ବସିଲେ ସଲିମ୍ । ପ୍ରଥମେ ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରିନଥିଲେ ସଲିମଙ୍କ ପ୍ରଥମ ପତ୍ନୀ ସଲମା । ବାରଣ ସତ୍ବେ ହେଲେନଙ୍କୁ ବିବାହ କରିଥିଲେ ସଲିମ୍ । ଆଉ ଏହା ପରେ କଣ ହେଲା ତାହା ଆପଣ ସମସ୍ତଙ୍କୁ ଜଣା ।

ତେବେ ୧୯୭୧ରେ ହେଲେନ୍ ନିଜ ମା’ ଏବଂ ଭାଇ ଭଉଣୀଙ୍କଠାରୁ ସବୁଦିନ ପାଇଁ ସଂପର୍କ କାଟି ଦେଇଥିଲେ । କାରଣ ତାଙ୍କ ମା’ ନିଜ ଡ୍ରାଇଭର୍ ସହ ପଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.