Below header

ଏହି ୫ ଲକ୍ଷଣ ଜଣାଇଥାଏ ଆପଣଙ୍କୁ କ୍ୟାନ୍ସର ହୋଇଛି କି ନାହିଁ, ପୂର୍ବରୁ ହୋଇଯାନ୍ତୁ ସାବଧାନ

କ୍ୟାନ୍ସର ଏକ ଗମ୍ଭୀର ଏବଂ ଭୟଙ୍କର ରୋଗ। କ୍ୟାନ୍ସର ପୀଡିତ ରୋଗୀ ମାନଙ୍କୁ ରୋଗର ସୂଚନା ବହୁତ ଡେରୀରେ ମିଳିଥାଏ। ଯେଉଁ କାରଣରୁ ଏହି ରୋଗରୁ ମୁକ୍ତି ପାଇବାର ସମ୍ଭାବନା ବହୁତ କମ୍ ରହିଥାଏ। କିନ୍ତୁ ଆମେ ଆମ ଶରୀରକୁ ଧ୍ୟାନ ଦେଇ କ୍ୟାନ୍ସରର ଲକ୍ଷଣ ସମ୍ପର୍କରେ ପୂର୍ବରୁ ଜାଣିପାରିବା। ଆସନ୍ତୁ ଜାଣିବା ଏମିତି ହିଁ କିଛି ଲକ୍ଷଣ ଏବଂ ରକ୍ଷା କରିବାର ଉପାୟ ବିଷୟରେ।

ଓଜନ କମ୍ ହେବା :

ଯଦି ବିନା କୌଣସି କାରଣରୁ ଆପଣଙ୍କ ଓଜନ ଚାରି,ପାଞ୍ଚ କିଲୋରୁ ଅଧିକ କମି ଯାଉଛି ତେବେ ଏହା କ୍ୟାନ୍ସର ପାରମ୍ଭିକ ଲକ୍ଷଣ ହୋଇପାରିଥାଏ। ଏହାଛଡା ଏହି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଭୋକ ଲାଗି ନଥାଏ।

ଛାତିରେ ଜଳାପୋଡା :

healthଆଜିକାଲି ଛାତିରେ ଜଳାପୋଡା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଏମିତି ହୋଇଯାଇଥାଏ। ଯଦି ବାରମ୍ବାର ଆପଣଙ୍କ ସହିତ ଏମିତି ହେଉଥାଏ ତେବେ ଏହା ଚିନ୍ତାର କାରଣ ହୋଇପାରେ।

ବାରମ୍ବାର କାଶ ହେବା :

coughଯଦି ବିନା କୌଣସି କାରଣରେ ଆପଣଙ୍କୁ ବାରମ୍ବାର କାଶ ହେଉଥାଏ, ତେବେ ଏହା କ୍ୟାନ୍ସର ରୋଗର ଆରମ୍ଭର ଲକ୍ଷଣ ହୋଇପାରେ। ଯଦି କାଶ ସହିତ ରକ୍ତ ପଡୁଥାଏ ତେବେ ଏହାକୁ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ।

ଏହା ସହ ପଢ଼ନ୍ତୁ : ଛଣା ତେଲକୁ ଆଉଥରେ ବ୍ୟବହାର କରନ୍ତୁ ନାହିଁ, ନହେଲେ ଭୋଗିବେ ଭୟଙ୍କର ରୋଗ

ରାତିରେ ଝାଳ ବାହାରିବା :

sweatଯଦି ରାତିରେ ଶୋଇବା ସମୟରେ ଆପଣଙ୍କର ଅଧିକ ଝାଳ ବାହାରୁଛି, ଏହା ମଧ୍ୟ ହୋଇପାରେ ଯେ ଶରୀରରେ କୌଣସି ଓୌଷଧର ରିଏକ୍ସନ କାରଣରୁ ମଧ୍ୟ ହୋଇପାରିଥାଏ। କିନ୍ତୁ ଏହି ସମସ୍ୟା ଆପଣଙ୍କର ବନ୍ଦ ହେବାର ନାଁ ଧରୁନଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।

ପେଟରେ ସମସ୍ୟା :

healthପେଟରେ ସମସ୍ୟା ହେବା କୋଲେନ କିମ୍ବା କୋଲେଷ୍ଟ୍ରଲ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷର ହୋଇପାରେ। ଡାଇରିଆ ଏବଂ ବଦହଜମୀ ସମସ୍ୟା ଏହି ରୋଗର ଲକ୍ଷଣ ଅଟେ। ଏହି କାରଣରୁ ପେଟରେ ଗ୍ୟାସ ଏବଂ ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ହୋଇପାରେ।
ମୁକ୍ତି ପାଇବା ପାଇଁ କରନ୍ତୁ ଏହାର ସେବନ

କଲରା କୌଣସି ବରଦାନ ଠାରୁ କମ୍ ନୁହେଁ :

karelaଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଯେ ଏହି ଗମ୍ଭୀର ରୋଗକୁ ହ୍ରାସ କରିବା ପାଇଁ କଲରା ବହୁତ ସାହାଯ୍ୟକାରୀ ପ୍ରମାଣିତ ହୋଇଛି। ଖାଦ୍ୟରେ କଲରାକୁ ମଧ୍ୟ ସାମିଲ କରନ୍ତୁ । ଏହା ଆପଣଙ୍କୁ କ୍ୟାନ୍ସର ଠାରୁ ରକ୍ଷା କରିପାରିବ। ମୁଷାକୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରେ ଏହା ମିଳିଛି ଯେ କଲରା ଜୁସର ସେବନ କରିବା ଦ୍ବାରା ମୁଷା ଶରୀରରେ ୬୪ ପ୍ରତିଶତ ଟ୍ୟୁମର କମ୍ ହୋଇଗଲା ଯାହା କ୍ୟାନ୍ସରର ଚିକିତ୍ସାରେ କେମୋଥେରାପି ଭଳି କାମ କରିଥାଏ।

aukhrote

ଅଖରୋଟ :

ଆମେରିକା ଇନଷ୍ଟିଚ୍ୟୁଟ୍ ଅଫ କ୍ୟାନ୍ସର ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଅଖରୋଟ ବ୍ରେଷ୍ଟ ଏବଂ ପ୍ରୋସ୍ଟେଟ କ୍ୟାନ୍ସରର ଭୟକୁ କମ କରିଥାଏ। କେବଳ ଏହା ନୁହେଁ ଏଥିରେ ଥିବା ଫାଇଟୋଷ୍ଟରାଲ ଟ୍ୟୁମରର ଭୟକୁ କମ୍ କରିବାରେ ସାହାଯ୍ୟକାରୀ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.