ତୁନିଶା ଶର୍ମା ମୃତ୍ୟୁ ମାମଲା: ଶିଜାନ ଖାନଙ୍କୁ ଝଟ୍‌କା, FIR ରଦ୍ଦ କରିବାକୁ ମନା କଲେ ହାଇକୋର୍ଟ

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ ଝଟ୍‌କା ଲାଗିଛି। ଅଭିନେତା ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯେ ତୁନିଶାଙ୍କୁ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇବାକୁ ନେଇ ତାଙ୍କ ବିରୋଧରେ ଯେଉଁ ଏଫ୍ଆଇଆର୍ ଦାଖଲ କରାଯାଇଥିଲା, ତାହାକୁ ରଦ୍ଦ କରିଦିଆଯାଉ। କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ତାଙ୍କ ସପକ୍ଷରେ ଆସିନାହିଁ।

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ ଝଟ୍‌କା ଲାଗିଛି। ଅଭିନେତା ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯେ ତୁନିଶାଙ୍କୁ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇବାକୁ ନେଇ ତାଙ୍କ ବିରୋଧରେ ଯେଉଁ ଏଫ୍ଆଇଆର୍ ଦାଖଲ କରାଯାଇଥିଲା, ତାହାକୁ ରଦ୍ଦ କରିଦିଆଯାଉ। କିନ୍ତୁ କୋର୍ଟଙ୍କ ନିଷ୍ପତ୍ତି ତାଙ୍କ ସପକ୍ଷରେ ଆସିନାହିଁ। ହାଇକୋର୍ଟ ଶିଜାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

କହି ରଖୁଛୁ, ତୁନିଶାଙ୍କ ମା’ ଶିଜାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଏକ ଏଫଆଇଆର ଦାଖଲ କରିଥିଲେ। ତାଙ୍କ କହିବାନୁସାରେ, ଶିଜାନ, ତୁନିଶାଙ୍କୁ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇଥିଲେ। ଯଦିଓ ୭୦ ଦିନ ଜେଲରେ ରହିବା ପରେ ସେ ଜାମିନ୍‌ରେ ମୁକୁଳି ଆସିଥିଲେ।

ବର୍ତ୍ତମାନ ଅଭିନେତା ଜାମିନ୍‌ରେ ଅଛନ୍ତି ଏବଂ ରିଆଲିଟି ଶୋ’ ମଧ୍ୟ କରିଛନ୍ତି। ଶିଜାନ୍‌ ଖାନଙ୍କୁ ‘ଖତରୋଁ କେ ଖିଲାଡି ୧୩’ରେ ଦେଖିବାକୁ ମିଳିଥିଲା। ଏହି ରିଆଲିଟି ଶୋ’ ପୂର୍ବରୁ ଶିଜାନ୍‌, ତୁନିଷାଙ୍କ ସହ ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ରେ ନଜର ଆସିଥିଲେ।

‘ଅଲି ବାବା: ଦାସ୍ତାନ-ଏ-କାବୁଲ’ର ଫେମ୍‌ ତୁନିଶା ଶର୍ମା ୨୦୨୨ ଡିସେମ୍ବର ୨୪ରେ ଶୋ’ର ସେଟରେ ଜୀବନ ହାରିଥିଲେ। ଏହାପରେ ତାଙ୍କ ପୂର୍ବତନ ପ୍ରେମିକ ତଥା ଶୋ’ର ଅଭିନେତା ଶିଜାନ ଖାନଙ୍କୁ ଗିରଫ କରାଯାଇଥିଲା। ତୁନିଶାଙ୍କ ମା’ ଶିଜାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.