Below header

‘ତାରକ୍‌ ମେହେତା କା ଉଲଟା ଚଷମା’ କଳାକାରଙ୍କ ଦରମା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ହିନ୍ଦୀ ଟେଲିଭିଜନ ଦୁନିଆର ସବୁଠୁ ପପୁଲାର ଟିଭି ସୋ’ ‘ତାରକ୍‌ ମେହତା କା ଉଲଟା ଚଷମା’। ଏହା କେବଳ ଦେଶରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ତା’ର ଜଲଓ୍ଵା ଦେଖେଇ ଦର୍ଶକଙ୍କ ମନ ଜିଣିଛି। ଦୀର୍ଘ ୧୧ ବର୍ଷରୁ ଅଧିକ ସମୟ ଧରି ଏହି ସିରିଏଲ ନିଜ କ୍ରେଜ ବଜାୟ ରଖିଛି। ଏହି ପୁପୁଲାର ପାରିବାରିକ କମେଡି ସୋ’ର ପ୍ରତିଟି ଏପିସୋଡ ଖୁବ ମଜ୍ଜାଳିଆ ହୋଇଥାଏ। ପ୍ରତିଥର ଏହି ଏପିସୋଡ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ। ଏଥିରେ ଥିବା ପ୍ରତ୍ୟେକ କଳାକାରଙ୍କ ମଧ୍ୟରେ ଭଲ ସଂପର୍କ ମଧ୍ୟ ଦେଖିବାକୁ ମିଳେ। ଏହି ସୋ’ଦ୍ୱାରା ସମସ୍ତେ ନିଜର ପରିଚୟ ପାଇଛନ୍ତି। ତେବେ

ଆପଣ ଜାଣନ୍ତି କି ଏତେବର୍ଷ ଧରି ନିଜର କ୍ରେଜ ଦର୍ଶକଙ୍କ ଆଗରେ ବଜାୟ ରଖଥିବା ଏହି କଳାକାରଙ୍କ ଦରମା କେତେ? ଆଜି ଆମେ ଆପଣଙ୍କୁ କହିବୁ ଏହି ଫେମସ ଆକ୍ଟରଙ୍କ ସିରିଏଲର ପ୍ରତି ଏପିସୋଡରେ ନେଉଥିବା ଦରମା ସଂପର୍କରେ।

tmkoc
pc: BizAsia

ଜେଠାଲାଲ ଗଡ଼ା:

ଜେଠାଲାଲଙ୍କ ପ୍ରକୃତ ନାମ ଦିଲ୍ଲୀପ ଯୋଶୀ। ଏହି ଶୋ’ର ଫେମସ ଆକ୍ଟର ଜେଠାଲାଲ ଗଡ଼ା ସମସ୍ତଙ୍କ ପସନ୍ଦ। ତାଙ୍କ କମେଡି ପାଇଁ ସେ ଅନେକ ଆଓ୍ଵାର୍ଡର୍ ମଧ୍ୟ ପାଇଛନ୍ତି। ଦୁନିଆରେ ତାଙ୍କର କିଛି ଅଲଗା ଲେଭଲର ଫ୍ୟାନ ଫଲୋର୍ସ ଅଛନ୍ତି। ତାଙ୍କ ଆକ୍ଟିଂର ଯାଦୁ ସମସ୍ତଙ୍କୁ ବାୟା କରିଛି। ଆଜି ବି ସୋସିଆଲ ମିଡିଆରେ ତାଙ୍କ ପୁରୁଣା ଏପିସୋଡ ଫ୍ୟାନ୍ସ ମାନଙ୍କୁ ଦିଓ୍ଵାନା କରୁଛି।

ନିଜ ଆକ୍ଟିରେ ସେ ଜେଠାଲାଲ ରୋଲକୁ ପରିମାର୍ଜିତ କରିଛନ୍ତି। ତପୁ କେ ପାପା ଅର୍ଥାତ ଆମ ପ୍ରିୟ ଜେଠାଲାଲ ଚମ୍ପକଲାଲ ଗଡ଼ା ସିରିଏଲର ହେଉଛନ୍ତି ‘ଜାନ୍‌’। କିନ୍ତୁ ଆପଣ ଜାଣନ୍ତି କି ଦିଲ୍ଲୀପ ଏହି ଜେଠାଲାଲ ରୋଲ ପାଇଁ କେତେ ଦରମା ପାଉଛନ୍ତି? ଜୁମ ଡିଜିଟାଲ ରିପୋର୍ଟ ଅନୁଯାୟୀ, ଦିଲ୍ଲୀପ ଯୋଶୀ ହେଉଛନ୍ତି ସିରିଏଲର ହାଇଏଷ୍ଟ ପେଡ ଆକ୍ଟର। ଏହି ସିରିୟଲର ପ୍ରତି ଏପିସୋଡ ପାଇଁ ସେ ୧.୫ଲକ୍ଷ ଟଙ୍କା ନିଅନ୍ତି।

tmkoc4440000
pc: Free Press Journal

ତାରକ୍‌ ମେହେତା:

ଏହାପରେ ଶୋ’ରେ ଜେଠାଲାଲଙ୍କ ପରମ ମିତ୍ର ତାରକ୍‌ ମେହେତା ମାନେ ଫାୟାର ବିଗ୍ରେଡ ହେଉଛନ୍ତି ୨ୟ ହାଇଏଷ୍ଟ ପେଡ ଆକ୍ଟର। ତାରକ୍‌ ମେହେତା ରୋଲ ପ୍ଲେ ପାଇଁ ଶୈଳେଶ ଲୋଢ଼ା ପ୍ରତି ଏପିସୋଡ ପାଇଁ ୧ଲକ୍ଷ ଟଙ୍କା ଦରମା ନିଅନ୍ତି।

ମାଷ୍ଟର ଭିଡ଼େ:

ଏହି ଲିଷ୍ଟର ୩ୟ ହାଇଏଷ୍ଟ ପେଡ ଆକ୍ଟର ହେଉଛନ୍ତି ଆତ୍ମାରାମ ତୁକାରାମ ଭିଡ଼େ (ମାଷ୍ଟର ଭିଡ଼େ)। ମାଷ୍ଟର ଭିଡେଙ୍କ ପ୍ରକୃତ ନାମ ମନ୍ଦାର ଚନ୍ଦବାଡ଼କର। ଯିଏ ପ୍ରତି ଏପିସୋଡ ପାଇଁ ୮୦ ହଜାର ଟଙ୍କା ଦରମା ନେଇଥାନ୍ତି।

tmkoc4440000888
pc: Bollywood News Hindi

ବବିତା ଜି:

ଲିଷ୍ଟର ୪ର୍ଥ ସ୍ଥାନରେ ଅଛନ୍ତି ଆମ ସମସ୍ତଙ୍କ ପ୍ରିୟ ବବିତା ଜି। ବବିତା ଜିଙ୍କ ପ୍ରକୃତ ନାମ ମୁନମୁନ ଦତ୍ତ । ସେ ପ୍ରତି ଏପିସୋଡ ପାଇଁ ୫୦ ହଜାର ଟଙ୍କା ଦରମା ପାଇଥାନ୍ତି। ସୂଚନା ଅନୁଯାୟୀ ଦୟା ଭାବୀ ମାନେ ଆମ ପ୍ରିୟ ଦିଶା ବକାନୀ ରୋଲ କରୁଥିବା ସମୟରେ ସେ ୨ୟ ହାଇଏଷ୍ଟ ପେଡ ଆକ୍ଟ୍ରେସ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.