Below header

ବିଦେଶରୁ ଟିକା  ଆସିବା ନେଇ ସ୍ପଷ୍ଟ କଲା କେନ୍ଦ୍ର, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ବିଦେଶରୁ ଟିକା  ଆସିବା ନେଇ ସ୍ପଷ୍ଟ କଲା କେନ୍ଦ୍ର। ବିଦେଶରୁ ଆସିବ କରୋନା ଟିକା।  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ।  ଆମଦାନୀ ହେବାକୁ ଥିବ ଟିକାର ସୀମା ଶୁଳ୍କ ଛାଡ଼ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ୩ ମାସ ପାଇଁ ଟିକା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିଭଳି ଅକ୍ସିଜେନ ଅଭାବ ଓ ଯୋଗାଣ ଉପରେ ସମୀଡ଼ା କରିଛନ୍ତି ପ୍ରଧାନମନ୍ତ୍ରୀ।  ଅକ୍ସିଜେନ ଓ ତତ୍ ସମ୍ବନ୍ଧିୟ  ରପ୍ତାନୀ ଉପରୁ ସୀମା ଶୁଳ୍କ ଓ ହେଲଥ୍ ସେସ୍ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୀମା ଶୁଳ୍କ ଛାଡ଼ ଦ୍ବାରା  ଅକ୍ସିଜେନ ଓ ଟିକା  ଯୋଗାଣ ସୁଗମ ହେବ ବୋଲି ମୋଦି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.