କାଶିବା ବେଳେ ନଜର ଆସୁଛି କି ଏସବୁ ଲକ୍ଷଣ, ସ୍ପଷ୍ଟ ହୋଇଯାଆନ୍ତୁ ଯେ ଆପଣ ଏବେ କରୋନା କବ୍‌ଜାରେ

କରୋନା ଭାଇରସ୍‌ର ଦ୍ୱିତୀୟ ଲହରୀ ଏବେ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ଏଣୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। କରୋନା କାଳରେ ଯଦି ଆପଣ ସାମାନ୍ୟ ଅସହଜ ମନେ କରୁଛନ୍ତି ତେବେ ଘରେ ରହି ନିଜ ଯତ୍ନ ନିଅନ୍ତୁ। ତେବେ ଯଦି କରୋନା କାଳରେ ଆପଣଙ୍କୁ କାଶ ହେଉଛି ତେବେ ସଂକ୍ରମଣ ଯୋଗ ହେଉଛି କିମ୍ବା ଫ୍ଲୁ ତାହା ଚିହ୍ନଟ କରିବାରେ ସମସ୍ୟା ଉପୁଜେ। କିନ୍ତୁ ଯଦି ଆପଣ କେତେକ ଲକ୍ଷଣକୁ ଗୁରୁତ୍ୱର ସହ ଯାଞ୍ଚ କରିବେ ତେବେ କରୋନାର ଲକ୍ଷଣକୁ ଚିହ୍ନିପାରିବେ। ଆସନ୍ତୁ ଜାଣିବା କରୋନା କାଶର କେତେକ ଲକ୍ଷଣ…

ଯଦି ଲଗାତାର ଶୁଖିଲା କାଶ ହେଉଛି ତେବେ ଜାଣିଯାଆନ୍ତୁ ଯେ ଏହା କରୋନାର ଲକ୍ଷଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନାନୁଯାୟୀ, ୬୮ ପ୍ରତିଶତ କରୋନା ରୋଗୀଙ୍କ ଶରୀରରେ ଶୁଖିଲା କାଶ ଲକ୍ଷଣ ପ୍ରକାଶ ପାଏ। ଶୁଖିଲା କାଶ ଅର୍ଥାତ୍‌ କଫ ନ ପଡ଼ିବା।

ଯଦି କାଶ ହେବା ବେଳେ ଲଗାତାର ଗୋଟେ ପ୍ରକାରର ଶବ୍ଦ ବାହାରେ ତେବେ ତାହା କରୋନା ଲକ୍ଷଣ।

କାଶ ଓ ଜ୍ୱର ସହ ନିଃଶ୍ୱାସ ନେବାରେ ସମସ୍ୟା ମଧ୍ୟ କରୋନାର ଆଉ ଏକ ପ୍ରମୁଖ ଲକ୍ଷଣ। ଏଭଳି ସ୍ଥିତିରେ ବ୍ୟକ୍ତି ବହୁ ପ୍ରେସରରେ ନିଃଶ୍ୱାସ ନେଇଥାଏ। ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ପାଖରେ ଏହି ଲକ୍ଷଣ ଦେଖାଦେଉଛି।

କାଶ ସହ ଯଦି ଗଳା କୁଣ୍ଡାଇ ହେଉଛି ତେବେ ତାହା କରୋନା ଲକ୍ଷଣ।

ଏଥିସହ ଯଦି ଆପଣଙ୍କ ଘ୍ରାଣ ଶକ୍ତି କମିଯାଉଛି, ତେବେ ଜାଣି ରଖନ୍ତୁ ଆପଣ କରୋନା ସଂକ୍ରମିତ ହୋଇଛନ୍ତି। ଯଦି ଅଧିକ ସମସ୍ୟା ହେଉଛି, ତେବେ ନିଶ୍ଚୟ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.