ଆପଣଙ୍କ ବ୍ୟତୀତ ଅନ୍ୟ କିଏ ଚଲାଉଛି ଆପଣଙ୍କ ମୋବାଇଲ ନମ୍ବର, ଚୁଟକିରେ ଏପରି ଜାଣନ୍ତୁ

କଣ ଆପଣଙ୍କୁ ଏହି କଥା କେବେ ମନକୁ ଆସିଛି ଯେ ଆପଣଙ୍କ ବ୍ୟତୀତ ଆପଣଙ୍କ ନାମରେ ଆଉ କିଏ କିଏ ସିମ କାର୍ଡ ବ୍ୟବହାର କରୁଛନ୍ତି। ଯଦି ଏମିତି ଭାବନା ଆପଣଙ୍କ ମନକୁ କେବେ ଆସିଛି ଆଉ ଆପଣ ଚାହୁଁଛନ୍ତି ଯେ କିଏ କିଏ ଆପଣଙ୍କ ସିମ୍‌ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଏହି ପାଠ୍ୟକ୍ରମଟିକୁ ନିଶ୍ଚୟ ପଢ଼ନ୍ତୁ। ଏହି ରିପୋର୍ଟରେ ଆମେ ଆପଣଙ୍କୁ ଏକ ତରିକା ଜଣାଇବୁ ଯାହା ସାହାଯ୍ୟରେ ଆପଣ ଏହା ଜାଣିପାରିବେ ଯେ ଅନ୍ୟ କେହି ଆପଣଙ୍କ ସିମ୍‌ କାର୍ଡ ବ୍ୟବହାର କରୁନାହାଁନ୍ତି ତ। ଏହି ସୁବିଧା ଦୂରସଞ୍ଚାର ବିଭାଗ ଦେଇଛି। ଏଥିପାଇଁ ଏକ ପୋର୍ଟାଲ ମଧ୍ୟ ଲଞ୍ଚ୍‌ କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

mobile
Image Credit: Twitter

ଦୂରସଞ୍ଚାର ବିଭାଗ ଡୋମେନରେ ଏକ ପୋର୍ଟାଲ ଲଞ୍ଚ୍‌ କରିଛି। ଏହି ପୋର୍ଟାଲରେ ଦେଶରେ ଚାଲୁ ହୋଇଥିବା ସମସ୍ତ ମୋବାଇଲ ନମ୍ବରର ଡାଟାବେସ୍‌ ଅପଲୋଡେଡ ରହିଛି। ଏହି ପୋର୍ଟାଲ ଜରିଆରେ ସ୍ପାମ୍‌ ଏବଂ ଫ୍ରଡ ଉପରେ ଲଗାମ ଲଗାଇବାର ଚେଷ୍ଟା କରାଯାଉଛି। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ନାମରେ ଅନ୍ୟ କେହି ଆପଣଙ୍କ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ତାହେଲେ ଏହି ସମ୍ପର୍କରେ ଆପଣ ଏହି େଓ୍ଵବସାଇଟ ଜରିଆରେ ଅଭିଯୋଗ କରିପାରିବେ। ଆସନ୍ତୁ ଜାଣିବା ଏହି େଓ୍ଵବସାଇଟକୁ ବ୍ୟବହାର କରିବାର ତରିକା।

ସର୍ବପ୍ରଥମେ tafcop.dgtelecom.gov.inକୁ ନିଜ ମୋବାଇଲ ଫୋନର ବ୍ରାଉଜର କିମ୍ବା କୌଣସି ଲାପଟପ କିମ୍ବା କୌଣସି କମ୍ପ୍ୟୁଟରରେ ଓପନ କରନ୍ତୁ। ଏହାପରେ ଆପଣ ନିଜର ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଦିଅନ୍ତୁ। ଏବେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଏହି ଓଟିପିକୁ ଦିଅନ୍ତୁ ଏବଂ ଭ୍ୟାଲିଡେଟ କରନ୍ତୁ। ଓଟିପି ଭ୍ୟାଲିଡେଟ କରିବା ପରେ ଆପଣ ସେହି ସବୁ ନମ୍ବର୍ସର ପୂରା ଲିଷ୍ଟ ପାଇପାରିବେ ଯାହା ଆପଣଙ୍କ ନାମରେ ଚାଲୁ ରହିଛି। ଏଥିମଧ୍ୟରୁ ଆପଣ ନିଜ ସୁବିଧା ଅନୁସାରେ କୌଣସି ବି ନମ୍ବରକୁ ରିପୋର୍ଟ କରିପାରିବେ। ଏହାପରେ ସରକାର ସେହି ନମ୍ବରକୁ ଯାଞ୍ଚ କରିବେ ଯେଉଁ ନମ୍ବରକୁ ଆପଣ ଚଲାଉଛନ୍ତି ଏବଂ ଯେଉଁ ନମ୍ବରରେ ଆପଣ ଅଭିଯୋଗ କରିଛନ୍ତି।

mobileafcop.dgtelecom.gov.inକୁ ବର୍ତ୍ତମାନ କିଛି ସର୍କଲରେ ଜାରି କରାଯାଇଛି। ବହୁତ ଜଲଦି ଏହାକୁ ସବୁ ସର୍କଲରେ ଜାରି କରାଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟିଏ ଆଇଡିରେ ଅଧିକତମ ନଅ ନମ୍ବର ଚାଲୁ ହୋଇପାରିବ। କିନ୍ତୁ ଯଦି ଏହି ପୋର୍ଟାଲରେ ଆପଣଙ୍କୁ କୌଣସି ଏମିତି ନମ୍ବର ଦେଖାଯାଉଛି ଯାହା ଆପଣଙ୍କ ନାମରେ ଅଛି ଏବଂ ଆପଣ ତାକୁ ବ୍ୟବହାର କରୁନାହାଁନ୍ତି ତାହେଲେ ଆପଣ ଏହି ନମ୍ବରକୁ ନେଇ ଅଭିଯୋଗ କରିପାରିବେ। ଏହାପରେ ସରକାର ସେହି ନମ୍ବରକୁ ବ୍ଲକ କରିଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.