ଅଘଟଣ ଏଡାଇବାକୁ ନିଆଯିବ ତ୍ବରିତ ପଦକ୍ଷେପ, ୪୮ଟି କୋଭିଡ଼ ହସପିଟାଲରେ ଅଗ୍ନିଶମ ବାହିନୀ ହେଲେ ମୁତୟନ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ହସପିଟାଲ ଆଗରେ ମୁତୟନ ହେଲେ ଅଗ୍ନିଶମ ବାହିନୀ । କୌଣସି ଅଘଟଣ ଏଡାଇବାକୁ କୋଭିଡ ହସପିଟାଲ ଆଗରେ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଦମକଳ ବାହିନୀ ସହ ମୁତୟନ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ଏହାସହ ବିଭିନ୍ନ ସାମଗ୍ରୀକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି ।

fire team

ମହାମାରୀ ସମୟରେ ଦେଶର ଅନେକ କୋଭିଡ ହସପିଟାଲରେ ଅଗ୍ନିକାଣ୍ଡ ଘଟି ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି କରିଛି ଓଡ଼ିଶା ଅଗ୍ନିଶମ ବିଭାଗ । ରାଜ୍ୟର ୪୮ଟି କୋଭିଡ ହସପିଟାଲରେ ଅଗ୍ନିଶମ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତି ହସପିଟାଲରେ ୬ ଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀ ମୁତୟନ ହୋଇଛନ୍ତି । କଟକ ସହରରେ ୪ଟି କୋଭିଡ଼ ହସପିଟାଲରେ ମଧ୍ୟ ପ୍ରସ୍ତୁତି କରାଯାଇଛି । ଏହାସହ ପରିସ୍ଥିତି ଉପରେ ନଜର ରଖିଛି ଅଗ୍ନିଶମ ଟିମ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.