ମାଉସୀ ମା’ ମନ୍ଦିରରୁ ବାହୁଡ଼ି  ଲିଙ୍ଗରାଜ ମନ୍ଦିରର ରଥଖଳା ନିକଟରେ ପହଞ୍ଚିଲା ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ):  ସଅଳ ବାହୁଡିଲା ରୁକୁଣା ରଥ।  ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ରାମେଶ୍ବର ବା ମାଉସୀ ମା’ ମନ୍ଦିରରୁ ବାହୁଡ଼ି  ଲିଙ୍ଗରାଜ ମନ୍ଦିରର ରଥଖଳା ନିକଟରେ ପହଞ୍ଚିଛି ।  ଅପରାହ୍ନ ସାଢେ ଗୋଟେ ବେଳେ ଆରମ୍ଭ ହୋଇ ଥିଲା ରଥଟଣା ।

ସଟଡାଉନ୍  ଯୋଗୁଁ  ଗୋଟିଏ ଦିନରେ ରଥ ପହଞ୍ଚାଇବା ଲକ୍ଷ୍ୟରେ ଏଥର ୧ ଘଣ୍ଟା ପୁର୍ବରୁ  ନୀତିକାନ୍ତି ସଂପନ୍ନ ହୋଇଥିଲା ଓ ରଥ ଟଣା ହୋଇଥିଲା । ପୂର୍ବ ନୀତି ନିର୍ଘଣ୍ଟ ଅନୁଯାଇ ନିର୍ଦ୍ଧାରିତ ସମୟ (୩ଟା ୩୦ ସମୟ ପରିବର୍ତ୍ତେ ୧.୩୦)ରୁ ରଥ ଟଣା ଆରମ୍ଭ ହୋଇ ଅପରାହ୍ନ ୫.୧୫ ମିନିଟରେ ଲିଙ୍ଗରାଜ ମନ୍ଦିର ରଥଖଳାରେ ପହଞ୍ଚିଥିଲା।  ରଥ ପହଞ୍ଚିବା ପରେ ପହଣ୍ଡି କରି ପ୍ରଭୁ ଲିଙଗରାଜଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ହୋଇଛି  ବାହାଡ଼ା ଯାତ୍ରା । କୋଭିଡ କଟକଣା  ଅନୁସାରେ କେବଳ ସେବାୟତ ଓ ପୋଲିସ କର୍ମଚାରୀ ମାନଙ୍କ ଦ୍ଵାରା ରଥ ଟଣା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.