ଶ୍ୱାସରୋଗୀ ହୋଇଥିଲେ ମାନନ୍ତୁ ଏହି ସତର୍କତା, ନଚେତ୍‌ ହସ୍ପିଟାଲର ହେବେ ସମ୍ମୁଖିନ

ଦେଶରେ କରୋନା ଭାଇରସର ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ କରୋନାର ନୂଆ ଷ୍ଟ୍ରେନ ଅଧିକ ମାତ୍ରାରେ ଲୋକଙ୍କୁ ଗ୍ରାସ କରୁଛି। ସମାଜ ପାଇଁ ଏହା ବହୁ କ୍ଷତିକାରକ। ସାଧାରଣତଃ ଏହା ଆସ୍ଥମା ଅର୍ଥାତ ଶ୍ୱାସରୋଗୀଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଆସ୍ଥମା ରୋଗୀଙ୍କୁ ଏହା କିପରି ପ୍ରଭାବିତ କରିଥାଏ। ଏହାସହ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ।

ଆସ୍ଥମା ରୋଗୀଙ୍କ ପାଇଁ କରୋନା ଭାଇରସ ବେଶ ବିପଦପୂର୍ଣ୍ଣ ହୋଇଥାଏ। କିନ୍ତୁ ରିସର୍ଚ୍ଚରେ ଜଣାପଡିଛି ଯେ, ଏହି ରୋଗୀ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା କମ୍‌।

asasas0989888
pc: Everyday Health

ଯଦି ଆପଣ କୋଭିଡ ସଂକ୍ରମିତ ହୋଇଥାନ୍ତି ତେବେ ଆପଣଙ୍କ ପାଖରେ ଜ୍ୱର, ଥଣ୍ଡାା, ଡାଇରିଆ, ସ୍ୱାଦ ପରିବର୍ତ୍ତନ , ବାସ୍ନା ନ ଜାଣିବା, ମାଂସପେଶୀରେ ଦର୍ଜ , ଶୁଖିଲା କାଶ ଓ ଶ୍ୱାସପ୍ରକ୍ରିୟାରେ କଷ୍ଟ ଭଳି ଲକ୍ଷଣ ଦେଖାଯିବ। ଏହି ଲକ୍ଷଣ ଆସ୍ଥମା ରୋଗୀଙ୍କ ପାଖରେ ମଧ୍ୟ ଦେଖାଯାଏ।

asasas0989
pc: Freepik

ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆସ୍ଥମା ରୋଗୀ ପ୍ରାୟତଃ ଇନହେଲରକୁ ବ୍ୟବହାର କରିଥାନ୍ତି। ଯାହା ତାଙ୍କୁ ଶ୍ୱାସପ୍ରକ୍ରିୟାରେ ସାହାଯ୍ୟ କରେ। ଇନହେଲର ଆସ୍ଥମା ରୋଗୀଙ୍କ ପାଖେ କରୋନା ଲକ୍ଷଣକୁ ଗମ୍ଭୀର କରିନଥାଏ। ତେଣୁ ଶ୍ୱାସରୋଗୀ ଇନହେଲରକୁ ବ୍ୟବହାର କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.