‘ଇଣ୍ଡିଆନ୍‌ ଆଇଡଲ’ ଫେମ୍‌ ରେଣୁ ନାଗର ଆଇସିୟୁରେ ଭର୍ତ୍ତି, ଜୁନ୍‌ରେ ବିବାହିତ ପ୍ରେମିକଙ୍କ ସହ ହୋଇଥିଲେ ଫେରାର

ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ’ରେ ଅଂଶଗ୍ରହଣ କରିଥିବା ଗାୟିକା ରେଣୁ ସାଗରଙ୍କ ପ୍ରେମିକ ରବି ନଟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ରେଣୁ ବେହୋସ୍‌ ହୋଇଯାଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଜସ୍ଥାନର ଅଲବରରେ ରହନ୍ତି ରେଣୁ। ସେ ଇଣ୍ଡିଆନ୍‌ ଆଇଡଲ ସିଜନ୍‌ ୧୦ ରେ ଭାଗ ନେଇଥିଲେ।

ରିପୋର୍ଟ ମୁତାବକ ବିଳମ୍ବିତ ରାତିରେ ରେଣୁଙ୍କ ବୟଫ୍ରେଣ୍ଡ ରବି ବିଷ ଖାଇଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ତେବେ ରବିଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ତାଙ୍କ ବାପା କହିଛନ୍ତି। ରବି ନଟଙ୍କ ପରିବାର ରାଜସ୍ଥାନର ଭରତପୁର ଜିଲ୍ଲାର ନଗର କସ୍‌ବେରେ ରହନ୍ତି। ତାଙ୍କର ପତ୍ନୀ ଓ ଦୁଇଟି ପିଲା ମଧ୍ୟ ଅଛନ୍ତି।

renu

ରବି ରେଣୁଙ୍କୁ ତବ୍‌ଲା ଶିଖାଉଥିଲେ। ଏହି ସେମାନେ ଅନ୍ତରଙ୍ଗ ହୋଇଥିଲେ ଓ ଜୁନ୍‌ରେ ଘରୁ ଫେରାର ହୋଇଯାଇଥିଲେ। ରେଣୁଙ୍କ ବାପା ରବିଙ୍କ ଉପରେ ତାଙ୍କ ଝିଅକୁ ମିଛ ସତ କହି ନେଇଯାଇଥିବା ଅଭିଯୋଗ କରିଥିଲେ। ୫ ଦିନ ପୂର୍ବରୁ ହିଁ ସେମାନେ ଫେରିଥିଲେ।
ମାତ୍ର ରେଣୁଙ୍କ ବୟାନ ନେବା ପରେ ପୋଲିସ ରବିଙ୍କୁ ଛାଡ଼ିଦେଇଥିଲା। ଏହା ପର ଦିନ ହିଁ ସେ ଘରେ ବିଷ ଖାଇଦେଇଥିଲେ। ଏବେ ରେଣୁଙ୍କ ଅବସ୍ଥା ଗୁରୁତର ଅଛି ଓ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.