ଜୟପୁର: ଜେଲ୍‌ ପାଇଖାନାରେ ବିଚାରାଧୀନ କଏଦୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର (କେନ୍ୟୁଜ୍): ଜୟପୁର ସଦର ଥାନାରେ ଘଟିଛି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛି। ମୃତକ ଜଣକ ହେଲେ ଗୋପାଳରାମ ପାଶୱନ। ତାକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜୟପୁର ସଦର ପୋଲିସ ଗିରଫ କରିଥିଲା। ଗୋପାଳରାମଙ୍କ ଘର ରାଜସ୍ଥାନରେ । କୋରାପୁଟ ନନ୍ଦପୁର ଅନ୍ତର୍ଗତ ପାଡୁଆରୁ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ତାଙ୍କୁ ୮ କ୍ବିଣ୍ଟାଲ ଗଞ୍ଜେଇ ସହ ଗିରଫ କରିଥିଲା ।

ସଦର ଥାନା ହାଜତରେ ଥିବା ବେଳେ ଗତକାଲି ରାତିରେ ପାଇଖାନା ଯିବ କହି ଭିତରକୁ ଯାଇଥିଲା । ପାଇଖାନା ଭିତରେ କମ୍ବଳ ସୂତାରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜେଲ୍‌ କର୍ତ୍ତପୃପକ୍ଷ କହିଛନ୍ତି । ଘଟଣା ସମ୍ପର୍କରେ ମୃତକଙ୍କ ପରିବାରକୁ ଖବର ଦିଆଯିବା ସହ ମୃତଦେହକୁ କୋରାପୁଟ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ରଖା ଯାଇଛି । ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜୟପୁର ଏସ ଡି ପିଓ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.