କୋଭିଡ୍ କଟକଣା ଭିତରେ ନିୟମ ପାଳନ କରି ଅନୁଷ୍ଠିତ ହେଲା ମା ବିରଜାଙ୍କ ବନଜାଗ ଯାତ୍ରା

ଯାଜପୁର ଟାଉନ୍ (କେ ନ୍ୟୁଜ୍‌) : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହୋଇଛି ଗତକାଲି ସୁନିଆ ଦିବସରୁ । ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ପାଇଁ ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଛି । ବନଜାଗ ଯାତ୍ରା ପୂର୍ବରୁ ନବାଙ୍କ ନୀତି କରାଯାଇ ମନ୍ଦିର ସେବାୟତମାନଙ୍କର ମଙ୍ଗଳାର୍ପଣ କରାଯାଇଥିଲା । ଅପରାହ୍ନରେ ବଳି ମଣ୍ଡପରେ ବିଧି ମୁତାବକ ସାବିତ୍ରୀ ଓ ସରସ୍ୱତୀଙ୍କ ଆହ୍ୱାନରେ ପୂଜାଜା କାର‌୍ୟ୍ୟ ଅନୁଷ୍ଠିତ ହୋଇଥିଲା । ପୂଜା ପରେ ଦେବୀଙ୍କ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି ।

BANAJAGA-1

ଚଳିତ ବର୍ଷ ନିକଟସ୍ଥ ନହରପଦା ଗ୍ରାମର ଚନ୍ଦ୍ରମଣି ବେହେରାଙ୍କ ବାଡିରେ ଥିବା ଅଫଳନ୍ତି ଓ ଅକ୍ଷୁଣ୍ଣ ବେଲ ଗଛକୁ ପୂଜା କରାଯାଇ ଛେଦନ କରାଯାଇଛି । ପୂଜା ହୋଇଥିବା ଡାଳ ଆଣିବା ପରେ ମା’ ଙ୍କ ରଥ ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାମସ୍ତ କାର‌୍ୟ୍ୟରେ ସୁବନ୍ଦୋବସ୍ତ କରାଯାଇଛି । ସରକାରଙ୍କ କୋଭିଡ-୧୯ ନିୟମାନୁସାରେ ସମସ୍ତ ସେବାୟତ ସାସ୍କ ପରିଧାନ କରି ସମସ୍ତ ରୀତି ନୀତି ସମାପନ କରିଥିଲା ।

BANAJAGA-2

ଆସନ୍ତା ସେପଟେମ୍ବର ୧୦ ତାରିଖ ଗୁରୁବାର ମୂଳାଷ୍ଟମୀ ଦିନ ମା’ଙ୍କ ଘଟ ସ୍ଥାପନ କରାଯାଇ ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ । ଏହି ସମୟରେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ମନ୍ଦିରର ସମସ୍ତ କାର‌୍ୟ୍ୟ କରାଯିବ ବୋଲି ବିରଜା ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.