ପାଠ ପଢ଼ା ଛାଡି ସ୍କୁଲ ଭିତରେ ଫେସିଆଲ କରାଉଥିଲେ ଶିକ୍ଷୟିତ୍ରୀ, ସହକର୍ମୀ ରେକର୍ଡ କରିବାରୁ ଦାନ୍ତରେ ଦୁଇ ହାତକୁ ଦେଲେ କାମୁଡି

ନିଜ ରୂପଚର୍ଯ୍ୟାରେ ଏମିତି ବିଭୋର ହୋଇପଡିଲେ ଯେ ସେ ଭୁଲିଗଲେ ଯେ ସେ ଏବେ କେଉଁଠି ଅଛନ୍ତି । ସେଥିପାଇଁ ତ ସ୍କୁଲ ଭିତରେ ଏକଦମ୍‌ ବିୟୁଟି ପାର୍ଲରରେ ଶୋଇଲା ଭଳି ଅତି ଆରାମରେ ଶୋଇ ଫେସିଆଲ କରୁଛନ୍ତି ।

ସ୍କୁଲକୁ ବିୟୁଟି ପାର୍ଲର ବନାଇଦେଲେ ଶିକ୍ଷକ । ସ୍କୁଲ ଭିତରେ କଲେ ଫେସିଆଲ । ନିଜ ରୂପଚର୍ଯ୍ୟାରେ ଏମିତି ବିଭୋର ହୋଇପଡିଲେ ଯେ ସେ ଭୁଲିଗଲେ ଯେ ସେ ଏବେ କେଉଁଠି ଅଛନ୍ତି । ସେଥିପାଇଁ ତ ସ୍କୁଲ ଭିତରେ ଏକଦମ୍‌ ବିୟୁଟି ପାର୍ଲରରେ ଶୋଇଲା ଭଳି ଅତି ଆରାମରେ ଶୋଇ ଫେସିଆଲ କରୁଛନ୍ତି ।

ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଜବ କାରନାମା । ସ୍କୁଲ ଭିତରେ ‘ଫେସିଆଲ୍‌’ । ଆଉ ଏହିସବୁକୁ ରେକର୍ଡ କରିବାରୁ ସହକରାରୀ ଶିକ୍ଷୟିତ୍ରୀଙ୍କୁ ମାଡ ମାରିଲେ ପ୍ରଧାନ ଶିକ୍ଷୟିତ୍ରୀ । ସହକର୍ମୀଙ୍କୁ ମାଡ଼ ମାରି କଲେ ରକ୍ତାକ୍ତ । ଯାହାପରେ କାନ୍ଦି କାନ୍ଦି ଭିଡିଓକୁ ଭାଇରାଲ କଲେ ସହକାରୀ ଶିକ୍ଷୟିତ୍ରୀ । ଏ ଘଟଣାଟି ହେଉଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରଧାନ ଶିକ୍ଷୟତ୍ରୀଙ୍କ ନାଁ ହେଉଛି ସଂଗୀତା ସିଂ । କିନ୍ତୁ ସେ ଶିକ୍ଷାଦାନ କରିବା ପରିବର୍ତ୍ତେ ସ୍କୁଲର ରୋଷେଇ ଘରେ ‘ଫେସିଆଲ୍‌’ କରୁଥିଲେ । କେବଳ ଏତିକି ନୁହେଁ, ଯେତେବେଳେ ଆଉ ଜଣେ ଶିକ୍ଷକ ଏହି ଘଟଣାର ଭିଡିଓ କରିବାକୁ ଚେଷ୍ଟା କରୁଥିଲେ, ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ମାଡ଼ ମାରିବା ସହ ଦାନ୍ତରେ ତାଙ୍କର ଦୁଇ ହାତକୁ କାମୁଡ଼ି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ଆହତ ହୋଇଥିବା ଶିକ୍ଷକ ଜଣକ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜଣାଇଛନ୍ତି।

ଘଟଣା ଘଟିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସହକାରୀ ଶିକ୍ଷକ ଅନମ୍‌ ଖାନ୍‌ ଥାନାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଭାଇରାଲ୍‌ ହେଉଥିବା ଭିଡିଓ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଆହତ ଶିକ୍ଷକଙ୍କ ଚିତ୍କାର ଶୁଣି ନିକଟସ୍ଥ ଲୋକମାନେ ତାଙ୍କ ପାଖକୁ ଆସି ତାଙ୍କ ଜୀବନ ରକ୍ଷା କରିଥିଲେ ବୋଲି କହିଛନ୍ତି ସହକାରୀ ଶିକ୍ଷକ ଅନମ୍‌ ଖାନ୍‌।

ତେବେ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଅନେକ ଲୋକ ଏହା ଉପରେ ନିଜର ମତାମତ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, “ଏହା ଭୟଙ୍କର ଘଟଣା । ତାଙ୍କୁ ଦଣ୍ଡ ଦିଆଯିବା ଉଚିତ୍।” ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ସରକାରୀ ବିଦ୍ୟାଳୟରେ ପିଲା ନାହାଁନ୍ତି । ଅଧିକାଂଶ ସ୍ଥାନରେ ପରିସ୍ଥିତି ସମାନ।’ ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏପରି ଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବିଦା କରାଯିବା ଉଚିତ ଏବଂ ଏକ ମାମଲା ଦାୟର କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.