Below header

କେନ୍ଦୁଝର: ଏଣିକି ଫ୍ଲିପକାର୍ଟରେ ଉପଲବ୍ଧ ହେବ ଟସର ରେଶମ ସାମଗ୍ରୀ, ସିଧାସଳଖ ଲାଭପାଇବେ ବୁଣାକାର

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଟସର ଚାଷୀଙ୍କ ପାଇଁ ଖୁସିଖବର। ଏଣିକି ଅନଲାଇନ ସପିଂ ଫ୍ଲିପକାର୍ଟରେ ଉପଲବ୍ଧ ହେବ ଟସର ପ୍ରସ୍ତୁତ ଶାଢି ଓ ଟସର ରେଶମ ସାମଗ୍ରୀ। ଫ୍ଲିପକାର୍ଟ ସହିତ କେନ୍ଦୁଝର ଭାଗମୁଣ୍ଡା ଟସର ରେସମ ସମବାୟ ସମିତି (ଟିଆରସିଏସ୍) ସହିତ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହାକୁ ଜିଲ୍ଲାପ୍ରଶାସନ ଅଭିନନ୍ଦନ ଜଣାଇଛି । ଏହା ଦ୍ବାରା ଟସର ଚାଷୀଙ୍କ ସାମଗ୍ରୀ ସିଧା ସଳଖ ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଜଣାପଡିଛି।

District Administration #Keonjhar congratulates Tasar Rearers Cooperative Society (TRCS), Bhagamunda for signing an MoU…

Posted by District Administration Keonjhar,Odisha on Saturday, August 29, 2020

ବହୁ ପରିଶ୍ରମ କରି ଟସର ଉତ୍ପାଦନକାରୀ ନିଜ ରେଶମ ସମଗ୍ରୀ ବଡ ବଡ କମ୍ପାନୀମାନଙ୍କୁ ଦେଇ ବେଶ ଅଲ୍ପ ଲାଭ ଉଠାଇପାରୁଥିଲେ। ଏବେ ଅନଲାଇନ ଦ୍ବାରା ସେମାନଙ୍କ ସାମଗ୍ରୀ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ଦିପାଇସା ଅଧିକ ଲାଭ ପାଇବେ ବୋଲି ଆଶା କରିଛନ୍ତି  ଚାଷି।

୧୯୭୦ ମସିହାରେ ହରିଚନ୍ଦନପୁର ବ୍ଲକର ଭାଗାମୁଣ୍ଡା ଠାରେ ଟସର ରେଶମ ସମବାୟ ସମିତି ବା TRCS ସ୍ଥାପିତ ହୋଇଥିଲା। ସେତେବେଳେ ଏହି ଅଞ୍ଚଳରେ ସୀମିତ ଜୀବିକା ଏବଂ ଆୟ ଉପାର୍ଜନ ସୁଯୋଗ ଉପଲବ୍ଧ ଥିଲା। ପରେ ଅର୍ଥାତ ୨୦୦୦ ମସିହା ପରେ  ଟସର ରେଶମ ସାମଗ୍ରୀର ବଜାର  ଚାହିଦା ବଢିବାକୁ ଲାଗିଲା ପରେ ଏହାର ଅର୍ଥନୈତିକ ଅଭିବ୍‌ଦ୍ଧିର ସମ୍ଭାବନାକୁ ସରକାର ହୃଦୟଙ୍ଗମ କଲେ। ସେଥିପାଇଁ ସେହି ମସିହାରେ  ଏହି ବ୍ଲକରେ ଆଉ  ୪ ଟିଆରସିଏସ୍ ପ୍ରତିଷ୍ଠା କରାଯାଇଥିଲା।୩୦୦୦ ଟସର କୃଷକଙ୍କୁ ସମର୍ଥନ କରିବା ସହିତ, ଏହି ଟିଆରସିଏସ୍ ପ୍ରାୟ ୩୦୦ ଗ୍ରାମୀଣ ଆଦିବାସୀ ମହିଳାଙ୍କୁ ମଧ୍ୟ ତାଲିମ ଦେଇଛି। ଯେଉଁମାନେ ରିଲ୍, ସ୍ପିନ୍, କପଡା ପ୍ରିଣ୍ଟିଂ ଏବଂ ଏମ୍ବ୍ରୋଡୋରୀ କାର୍ଯ୍ୟ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.