Below header

ସମ୍ବଲପୁର: ପୋଲିସକୁ ବାନ୍ଧିଲା ପୋଲିସ, ସରକାରୀ ଗାଡିରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ପୋଲିସ ବାବୁ

ସମ୍ବଲପୁର(କେନ୍ୟୁଜ୍):  ଖାକିରେ ଲାଗିଲା କଳଙ୍କ। ଗଞ୍ଜେଇ ଚୋରାଚାଲାଣ ବେଲେ ଧରାପଡିଲେ ପୋଲିସ ବାବୁ । ଝାରସୁଗୁଡା ଜିଆରପିର ଜଣେ କନଷ୍ଟେବଲ ସରକାରୀ ଗାଡିରେ ଗଞ୍ଜେଇ ନେଇ ଯାଉଥିବାବେଳେ ସମ୍ବଲପୁର ରେଙ୍ଗାଲି ପୋଲିସ ହାତରେ ଧରାପଡିଛନ୍ତି।   ଗିରଫ ହୋଇଥିବା କନେଷ୍ଟେବଲ ଜଣକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ସେ  ଝାରସୁଗୁଡା ଜିଆରପି ପୋଲିସର ଡ୍ରାଇଭର ଅଟନ୍ତି। ତାଙ୍କଠାରୁ ୨୧ କେଜି ଗଞ୍ଜେଇ ଜବତ କରିବା ସହ ରେଙ୍ଗାଲି ପୋଲିସ ସରକାରୀ ଗାଡିକୁ ମଧ୍ଯ ଜବତ କରିଛି ।

ତେବେ କନଷ୍ଟେବଳ ଜଣକ ଏହି ଗଞ୍ଜେଇ କେଉଁଠିକୁ ନେଇକି ଯାଉଥିଲେ ଓ ଏଭଳି ଚୋରା ଚାଲାଣର ସେ କେବେଠାରୁ ସମ୍ପୃକ୍ତ ହେଲେଣି ତାହାର ଅଧିକ ତଦନ୍ତ କରୁଛି ରେଙ୍ଗାଲି ପୋଲିସ । ଏହା ସହ ତାଙ୍କ ନାଁରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.