Below header

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜଙ୍ଗଲରେ ତଣ୍ଟି ଚିପି ହତ୍ୟା କରିଥିଲା ସ୍ୱାମୀ, ପାଞ୍ଚ ବର୍ଷ ପରେ ଫେରି ମାନିଲା ସବୁ ସତ

ଭଞ୍ଜନଗର(କେ.ନ୍ୟୁଜ): ସନ୍ଦେହର ପରିଣାମ ସବୁବେଳେ ହୋଇଥାଏ ଭୟଙ୍କର । ଏହି ସନ୍ଦେହ ଯୋଗୁ ମଣିଷ କେତେବେଳେ କିଛି ବି ଘଟାଇପାରେ। ଏମିତିକି ନିଜ ଲୋକର ଜୀବନ ବି ନେଇପାରେ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଝାଲିଆଗୋଛା ଗାଁରେ। ଗାଁର ରାଜୁ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ୨୦୧୫ରେ ହତ୍ୟା କରିଥିବା ବେଳେ ପାଞ୍ଚ ବର୍ଷ ପରେ ପୋଲିସ ହାତରେ ଧରାପଡିଛି ।

KILLER HUSBAND-2

ରିପୋର୍ଟ ମୁତାବକ ଝାଲିଆଗୋଛା ଗାଁର ବାସିନ୍ଦା ରାଜୁ ନାଇକର ପ୍ରଥମ ସ୍ତ୍ରୀ ମରିଯାଇଥିଲେ। ତେଣୁ ସେ ରୁଢ଼ାପଦର ଗାଁ ବଡ଼ ହରିଜନ ସାହିର ମାଧୁରୀକୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀ ଠାରୁ ତାଙ୍କର ଦୁଇଟି ପୁଅ ଥିବା ବେଳେ ମାଧୁରୀଙ୍କ ଠାରୁ ଗୋଟିଏ ଝିଅ ଜନ୍ମ ହୋଇଥିଲେ। ତେବେ ଦୁହିଙ୍କ ଭିତରେ ସବୁବେଳେ ପାରିବାରିକ ଅଶାନ୍ତି ଓ ଝଗଡ଼ା ଲାଗି ରହୁଥିଲା । ରାଜୁ ମନରେ ସନ୍ଦେହ ଥିଲା ମାଧୁରୀର ଆଉ କାହା ସହିତ ସମ୍ପର୍କ ଅଛି। ତେଣୁ ରାଜୁ ସବୁବେଳେ ତାକୁ ସନ୍ଦେହ କରୁଥିଲା। ସନ୍ଦେହ ବଢ଼ିବାରୁ ଶେଷରେ ନିଷ୍ପତ୍ତି ନେଲା ମାଧୁରୀକୁ ସବୁଦିନ ପାଇଁ ଶେଷ କରିଦେବ। ତେଣୁ ଡିମିରିଝୋଳା ଜଙ୍ଗଲକୁ ଡାକି ନେଇ ସେଠାରେ ଗାମୁଛାରେ ତାର ବେକ ଭିଡ଼ି ତାକୁ ହତ୍ୟା କରିଥିଲା। ତା ପରେ ଫେରାର ହୋଇଗଲା। ହତ୍ୟାର ୪୦ ଦିନ ପରେ ଜଙ୍ଗଲ ଭିତରୁ ମାଧୁରୀର କଙ୍କାଳ ଉଦ୍ଧାର ହେବା ପରେ ଜଣାପଡ଼ିଥିଲା ଯେ ଏ ହତ୍ୟାକାଣ୍ଡ ପଛରେ ସ୍ୱାମୀର ହାତ ରହିଛି। ହେଲେ ଫେରାର ରାଜୁ ଆଉ ମିଳିଲାନି।

KILLER HUSBAND-4

ପାଞ୍ଚ ଦିନ ପୂର୍ବରୁ ଘରକୁ ଫେରିଥିଲା ଫେରାର ଥିବା ରାଜୁ ନାଇକ। ଖବର ପାଇ ପୋଲିସ୍‌ ତାକୁ ଗିରଫ କରିଛି। ପୋଲିସ୍‌ର ନାଲି ଆଖି ଆଗରେ ସବୁ ସତ ମାନିଗଲା ପରେ ଏବେ ପତ୍ନୀହନ୍ତା ଭାବେ ଜେଲ୍‌ ଭିତରେ କାଳ କାଟୁଛି ରାଜୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.