Below header

ଖୁବଶୀଘ୍ର ପରଦାକୁ ଆସିବ ଇନଫୋସିସି ସହପ୍ରତିଷ୍ଠାତା ଏନ୍‌ଆର ନାରାୟଣ ମୂର୍ତ୍ତିଙ୍କ ବାୟୋପିକ୍‌ ‘ମୂର୍ତ୍ତି’

ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ୍‌ ଚାଲିଥିବାବେଳେ ପିରିଓଡିକ୍‌ ଡ୍ରାମା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ମଧ୍ୟ ଅନେକ ସମୟରେ ଫିଲ୍ମ ନିର୍ମାଣ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏମ୍‌.ଏସ୍‌. ଧୋନୀ ହୁଅନ୍ତୁ ବା ମେରିକମ୍‌, ଏଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ଓ ସଂଘର୍ଷ ଉପରେ ବଲିଉଡ୍‌ରେ ଫିଲ୍ମ ନିର୍ମାଣ କରାଯାଇଛି। ଏହି ତାଲିକାରେ ଏବେ ଆଉ ଏକ ଦମ୍ପତିଙ୍କ ନାଁ ଯୋଡ଼ି ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଇନ୍‌ଫୋସିସ୍ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି ଏବଂ ତାଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କ ଜୀବନୀ ଉପରେ ନିର୍ମାଣ ହେବ ଫିଲ୍ମ। ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ କରାଯାଇଛି।

n-r-narayana-murthy-3

ବଲିଉଡ୍‌ର ବଡ଼ ପରଦାରେ ମୂର୍ତ୍ତି ଦମ୍ପତିଙ୍କ ଜୀବନ, ସଂଘର୍ଷ ଓ ଦେଶ ପ୍ରତି ଥିବା ଅବଦାନଗୁଡ଼ିକୁ ଦେଖିବାକୁ ମିଳିବ। ମୂର୍ତ୍ତି ଦମ୍ପତିଙ୍କୁ ନେଇ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମର ଟାଇଟଲ ମଧ୍ୟ ‘ମୂର୍ତ୍ତି’ ରଖାଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଅଶ୍ୱିନୀ ଆୟାର ତିଓ୍ଵାରୀ ନେଇଥିବାବେଳେ କାହାଣୀ ଲେଖୁଛନ୍ତି ସଞ୍ଜୟ ତ୍ରିପାଠୀ। ତେବେ ଅଶ୍ୱିନୀ ବର୍ତ୍ତମାନ କଙ୍ଗନା ରନାଓ୍ଵତଙ୍କ ‘ପଙ୍ଗା’ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ସେହିପରି ଫିଲ୍ମର ପ୍ରଯୋଜନା କରୁଛନ୍ତି ମହାବୀର ଜୈନ, ନିତେଶ ତିଓ୍ଵାରୀ ଏବଂ ଅଶ୍ୱିନୀ ଆୟାର ତିଓ୍ଵାରୀ । ଭାରତର ମହାନ୍‌ ଦାନବୀରଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି। ସେ ବ୍ୟବସାୟଠାରୁ ଊର୍ଦ୍ଧ୍ୱରେ ଚିନ୍ତା କରି ଇନ୍‌ଫୋସିସ୍‌ ମାଧ୍ୟମରେ ଦେଶର ଗରିବ ଲୋକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.