‘ଥାପ୍ପଡ’ ସିନେମାରେ ପ୍ରଭାବିତ ହୋଇ ରାଜସ୍ଥାନ ପୋଲିସ ଜାରି କଲେ ନୂଆ ହେଲ୍ପ ଲାଇନ ନମ୍ବର

ପ୍ରେମରେ ସବୁ କିଛି ଚଳେ । ଏହା ଭାବି ଦେଶର ପ୍ରାୟ ସମସ୍ତ ପତି ପତ୍ନୀ ପରସ୍ପର ସହ ଝଗଡା କରନ୍ତି ବେଳେ ବେଳେ ପରସ୍ପର ଉପରେ ହାତ ବି ଉଠନ୍ତି । ଏମିତିକି ଅନେକ ସ୍ଥାନରେ ଏହାକୁ ଅଧିକାର ସାବ୍ୟସ୍ତ କରିବା ବି କୁହାଯାଏ । କିନ୍ତୁ ନିକଟରେ ହିଁ ରିଲିଜ ହୋଇଥିବା ତାପସି ପଣ୍ଣୁଙ୍କ ଅଭିନୀତ ସିନେମା ‘ଥପ୍ପଡ’ ସ୍ୱାମୀ- ସ୍ତ୍ରୀଙ୍କ ସମ୍ପର୍କକୁ ଏକ ରୂପରେ ଭାବିବାକୁ ପ୍ରେରଣା ଦେଇଛି । ଏମିତିକି ଏହି ଫିଲ୍ମ ଦ୍ୱାରା ହିଁ ପ୍ରଭାବିତ ହୋଇ ରାଜସ୍ଥାନ ପୋଲିସ ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି ।

thapada

ରାଜ୍ୟ ପୋଲିସ ମହିଳା ମାନଙ୍କ ଉଦ୍ଦେଶ୍ୟରେ ଏକ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି, ଯେଉଁଥିରେ ମହିଳା ମାନେ ଯେକୌଣସି ସମୟରେ ବି ପୋଲିସ ନିକଟକୁ କଲ କରିପାରିବେ । ଘରୋଇ ହିଂସା ସମେତ ଯେକୌଣସି ଅସୁବିଧା ବିଷୟରେ ସେମାନେ ଏହା ସାହାଯ୍ୟରେ ପୋଲିସକୁ ଜଣାଇ ପାରିବେ । ଏହି ସମ୍ବନ୍ଧରେ ସୂଚନା ରାଜସ୍ଥାନ ପୋଲିସ ତରଫରୁ ନିଜ ଟ୍ୱିଟର ଆକାଉଣ୍ଟରେ ହିଁ ଦିଆଯାଇଛି ।

ଏଥିରେ ହିନ୍ଦୀ ଭାଷାରେ ଲେଖାଯାଇଛି ଯେ, ” ଘରୋଇ ହିଂସା ହେ ଏକ # ଥାପ୍ପଡ ! ମାନସିକ ଉତ୍ପୀଡ଼ନ ହେ ଏକ # ଥାପ୍ପଡ ! ୧୦୯୦,୧୧୨ ଡାୟଲ କରନ୍ତୁ ବା ନିଜ ପାଖ # PS ରେ କମ୍ପ୍ଲେନ କରନ୍ତୁ । ଅନ୍ୟପକ୍ଷେରେ ଏଖବର ପାଇବା ପରେ ତପସୀ ପନୁ ବି ଏହାର ଖୁବ ପ୍ରଶଂସା କରିଛନ୍ତି । ଆଉ ନିଜ ଅଭିନୀତ ଫିଲ୍ମକୁ ନେଇ ଖୁବ ଗର୍ବିତ ବୋଲି କହିଛନ୍ତି ।

 

Leave A Reply

Your email address will not be published.