ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ମହିଳା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନାରୀ ଶକ୍ତିକୁ ସଲାମ କରିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳର ମହିଳାମାନେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ମହିଳା ଦିବସ ଅବସରରେ ନାରୀ ଶକ୍ତି ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଜି ମହିଳା ଦିବସରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜଣେ ମହିଳାଙ୍କୁ ଦେବେ ବୋଲି ଘୋଷଣା କରିଥିଲେ । ପ୍ରଥମ ମହିଳାଭାବେ ମୋଦିଙ୍କ ମୋଦିଙ୍କ ଟ୍ଵିଟର ହେଣ୍ଡେଲରେ ସ୍ନେହା ମୋହନ ଦାସ ଟ୍ଵିଟ୍‌ କରିଛନ୍ତି । ସେ ଜଣେ ଫୁଡ୍‌ ବ୍ୟାଙ୍କର ପ୍ରତିଷ୍ଠାତା । ଖାଇବାକୁ ପାଉନଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ।

Leave A Reply

Your email address will not be published.