Below header

କରୋନା ଆତଙ୍କ: ଟଏଲେଟ୍‌ ପେପର ପାଇଁ ପିଟାପିଟି ହେଲେ ମହିଳା, ଭାଇରାଲ ହେଉଛି ଭିଡିଓ

କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧରେ ବଢ଼ିବାରେ ଲାଗିଛି। ଏବେ ଚୀନ୍‌ରେ କରୋନା ମୃତକଙ୍କ ସଂଖ୍ୟା ବଢ଼ି ୩୫୦୦ ଟପିଥିବା ବେଳେ ଲକ୍ଷେ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଫାସୁତୁରା ରହିବା ଉପରେ ଧ୍ୟାନ ଦେବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏଥିପାଇଁ ଲୋକମାନେ ବହୁ ପରିମାଣରେ ହ୍ୟାଣ୍ଡ ଓ୍ଵାଶ୍‌ ଓ ଟଏଲେଟ୍‌ ପେପର କିଣୁଛନ୍ତି। ଏଣୁ ବଜାରରେ ଏବେ ଏହି ସାନିଟାରୀ ଜିନିଷର ପରିମାଣ ଧୀରେ ଧୀରେ କମିବାରେ ଲାଗିଛି। ଫଳରେ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ତେବେ ଇତି ମଧ୍ୟରେ ଅଷ୍ଟ୍ରେଲିଆରେ ଟଏଲେଟ୍‌ ପେପରକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଝଗଡ଼ା ଓ ପରେ ମାରପିଟ୍‌ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଏକ ଦୋକାନରେ ଜଣେ ମହିଳା ଟଏଲେଟ୍‌ ଭର୍ତ୍ତି ହୋଇଥିବା ଏକ ଟ୍ରଲି ଧରି ଠିଆ ହୋଇଛନ୍ତି। ଏହି ସମୟରେ ତାଙ୍କ ପାଖକୁ ଆଉ ଜଣେ ମହିଳା ଆସି ତାଙ୍କୁ ଗୋଟିଏ ପ୍ୟାକେଟ୍‌ ଦେବାକୁ କହୁଛନ୍ତି। ମାତ୍ର ଟ୍ରଲି ଧରିଥିବା ମହିଳା ପ୍ୟାକେଟ୍‌ ଦେବାକୁ ମନା କରିଦେଉଛନ୍ତି। ଆର ମହିଳା ଜଣକ ତାଙ୍କୁ କେବଳ ଗୋଟିଏ ପ୍ୟାକେଟ୍‌ ହିଁ ଦିଅନ୍ତୁ ବୋଲି କହିଥିଲେ। ମାତ୍ର ସେ ଜମା ଦେବେ ନାହିଁ ବୋଲି କହିଥିଲେ। ଆଉ ଏଇଥିରୁ ଆରମ୍ଭ ହୋଇଥିଲା ଝଗଡ଼ା। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ କଥା ମାରପିଟ୍‌ ଯାଏଁ ପହଞ୍ଚିଥିଲା। ଏଣୁ ବାଧ୍ୟ ହୋଇ ଦୋକାନର କର୍ମଚାରୀ ପହଞ୍ଚି ସେମାନଙ୍କୁ ଅଟକାଇ ଥିଲେ। ପରେ ପୋଲିସଙ୍କୁ ଡାକିବାକୁ ପଡ଼ିଥିଲା। ଫଳରେ ମହିଳାମାନେ ଶାନ୍ତ ପଡ଼ିଥିଲେ। ତେବେ ଏହି ଘଟଣାରେ କେହି ଗିରଫ ହୋଇନଥିବା ଜଣାଯାଇଛି।

austrelia

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଅଷ୍ଟ୍ରେଲିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୭୦ ଟପିଛି। ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଣୁ ନିଜକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ଲୋକେ ବହୁ ପରିମାଣରେ ଟଏଲେଟ୍‌ ପେପର କିଣୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.