ୟାମାହା ବାଇକ୍‌ ସୋ’ରୁମ୍‌କୁ ଲକ୍ଷେ ଟଙ୍କା ଫାଇନ, ବିନା ରେଜିଷ୍ଟ୍ରେସନ ନମ୍ବରରେ ବିକ୍ରି ହେଉଥିଲା ଗାଡି

ଝାରସୁଗୁଡ଼ା (କେନ୍ୟୁଜ୍) : ବାଇକ୍‌ ସୋ’ରୁମ୍‌କୁ ଲକ୍ଷେ ଟଙ୍କା ଫାଇନ । ବିନା ରେଜିଷ୍ଟ୍ରେସନ ନମ୍ବରରେ ଗାଡି ବିକ୍ରି କରୁଥିବାରୁ ଶ୍ରୀ ସ୍ୱପ୍ନେଶ୍ୱର ମୋଟରକୁ ଫାଇନ କରିଛି ସମ୍ବଲପୁର ପରିବହନ ବିଭାଗ । ନିୟମ ହିସାବରେ ଗାଡି ବିକ୍ରି ହୋଇଥିବା ସହ କାଗଜ ପତ୍ର ସବୁ ଠିକ ଥିବା କହିଛନ୍ତି ସୋରୁମ୍‌ ମାଲିକ । ସେହିପରି ଗାଡି କିଣିଥିବା ସମ୍ବଲପୁରର ଶିବାଶିଷ ପଟେଲଙ୍କୁ ମଧ୍ୟ ଲାଇସେନ୍ସ ଓ ହେଲ୍‌ମେଟ୍‌ ନଥିବାରୁ ୬ ହଜାର ଟଙ୍କା ଫାଇନ କରାଯାଇଛି । ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଗାଡି ଚେକିଂ ବେଳେ ସେ ଧରାପଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.