Below header

ଋଷିକେଶରେ ଏକ ଛୋଟିଆ ବଖରାରେ ଜନ୍ମ ହୋଇଥିଲେ ନେହା କକ୍କର, ଏବେ ସେଠି ତିଆରି କଲେ ନିଜ ବିଳାସମୟ ବଙ୍ଗଳା!

ନେହା କକ୍କର ସୋସିଆଲ ମିଡିଆରେ ଋଷିକେଶସ୍ଥିତ ନିଜ ବଙ୍ଗଳା ଏବଂ ଜନ୍ମ ହୋଇଥିବା ଘରର ଫଟୋ ଶେୟାର କରିଛନ୍ତି। ୩୧ ବର୍ଷୀୟା ଏହି ବଲିଉଡ୍‌ ସିଙ୍ଗର କ୍ୟାପ୍‌ସନରେ ଲେଖିଛନ୍ତି ଯେ ‘ଋଷିକେଶରେ ଏହା ସେହି ବଙ୍ଗଳା, ଯାହାର ଆମେ ମାଲିକ ଏବଂ ସେହି ଘରର ଫଟୋ ଦେଖିବା ପାଇଁ ସ୍ୱାଇପ୍‌ କରନ୍ତୁ, ଯେଉଁଠି ମୋର ଜନ୍ମ ହୋଇଥିଲା। ଆମେ କକ୍କର ପରିବାର ଏକ ଛୋଟିଆ ବଖରାରେ ରହୁଥିଲୁ। ଏହା ଭିତରେ ମୋ ମା’ ଏକ ଟେବୁଲ୍‌ ରଖିଥିଲେ, ଯାହାକି ଆମ ରୋଷେଇ ଘର ରୂପେ ବ୍ୟବହାର ହେଉଥିଲା’।

g4

ନେହା ଆହୁରି ଲେଖିଥିଲେ ଯେ ‘ସେହି ବଖରା ଆମ ନିଜର ନ ଥିଲା। ଆମେ ସେଠାରେ ଭଡ଼ାରେ ରହୁଥିଲୁ। ଏବେ ଯେତେବେଳେ ମୁଁ ସେହି ସହରରେ ନିଜ ବଙ୍ଗଳାକୁ ଦେଖୁଛି, ଭାବୁକ ହୋଇଯାଉଛି’। ଏହାସହିତ ସେ ‘ସେଲ୍ଫମେଡ୍‌’ ଏବଂ ‘ନେହା କକ୍କର’ଙ୍କୁ ହ୍ୟାସ୍‌ଟ୍ୟାଗ କରି ନିଜ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ନେହା ଲେଖିଥିଲେ, ‘ମୋ ପରିବାରକୁ ବହୁତ ବହୁତ ଧନ୍ୟବାଦ, ମମ୍ମି-ପାପାଙ୍କୁ, ମାତା ରାଣୀଙ୍କୁ ଏବଂ ବିଶେଷକରି ମୋ ଫ୍ୟାନ୍‌ ଓ ସମସ୍ତ ଶୁଭଚିନ୍ତକଙ୍କୁ’।

ନେହାଙ୍କ ପୋଷ୍ଟ ଉପରେ ଟିଭି ସେଲିବ୍ରିଟିମାନେ ପ୍ରତିକ୍ରିୟା ଦେଇଛନ୍ତି। ଇଣ୍ଡିଆନ୍‌ ଆଇଡଲ୍‌ର ଜଣାଶୁଣା ହୋଷ୍ଟ୍‍ ରୂପେ ନଜର ଆସିଥିବା ସିଙ୍ଗର ଆଦିତ୍ୟ ନାରାୟଣ କହିଥିଲେ, ‘ଦୃଢ଼ ସଂକଳ୍ପ, ଧୌଯ୍ୟର୍ ଏବଂ କଠିନ ପରିଶ୍ରମ ଦ୍ୱାରା କିଛି ବି ହାସଲ କରାଯାଇପାରିବ’। ଆକ୍ଟ୍ରେସ୍‌ ରୁବୀନା ଦିଲାଇକ୍‌ କମେଣ୍ଟରେ ଲେଖିଥିଲେ, ‘ସବୁବେଳେ ବିନମ୍ର ଏବଂ ମାଟି ସହ ଯୋଡ଼ି ହୋଇ ରୁହନ୍ତୁ’। ସେହିପରି ଅଭିନେତା ରବି ଦୁବେ କହିଥିଲେ, ‘ବାଃ, କେତେ ପ୍ରେରଣାଦାୟକ, ସତରେ ଆପଣ ନିଜ ନିୟତିକୁ ବଦଳାଇଛନ୍ତି, ଭଗବାନ ଆପଣଙ୍କ ଉପରେ କୃପା ଜାରି ରଖନ୍ତୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.