Below header

ଆଜି ୟୁ-ଟ୍ୟୁବ୍‌ରେ ରିଲିଜ୍‌ ହେଉଛି ଇରଫାନ୍‌ ଖାନ୍‌ଙ୍କ ଅନ୍‌ରିଲିଜ୍‌ଡ ଫିଲ୍ମ ‘ଦୁବାଇ ରିଟର୍ଣ୍ଣ’, ସ୍ତ୍ରୀ ଓ ପୁଅ ସେୟାର କଲେ ପୋଷ୍ଟର

ଦିବଂଗତ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଅଭିନୀତ ତଥା ୨୦୦୫ ମସିହାରେ ନିର୍ମିତ ହୋଇଥିବା ଅନ୍‌ରିଲିଜଡ୍‌ ଫିଲ୍ମ ‘ଦୁବାଇ ରିଟର୍ଣ୍ଣସ୍‌’ ଆଜି ୟୁଟ୍ୟୁବ୍‌ରେ ରିଲିଜ୍‌ ହେଉଛି। ପତ୍ନୀ ସୁତାପା ଓ ପୁଅ ବାବିଲ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମରେ ରିତୁ ଶିବପୁରୀ, ବିଜୟ ମୌର୍ଯ୍ୟ, ଦିବ୍ୟା ଦତ୍ତା, ରଜ୍ଜାକ୍‌ ଖାନ୍‌ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ବସୁ ଭଟ୍ଟାଚାର୍ଯ୍ୟ।

 

View this post on Instagram

 

A post shared by Sutapa Sikdar (@sikdarsutapa)

‘ଦୁବାଇ ରିଟର୍ଣ୍ଣସ୍‌’ ଆଜି ବାନ୍ଦ୍ରା ଫିଲ୍ମ ଫେଷ୍ଟିଭାଲର ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଆଜି ରିଲିଜ୍‌ ହେବ। ଫିଲ୍ମର ପୋଷ୍ଟର ସେୟାର କରି ସୁତାପା ଲେଖିଛନ୍ତି, ଇରଫାନ୍‌ଙ୍କର ସବୁଠୁ ଅଦ୍ଭୁତ ଜାୟରାଇଡ୍‌ ମଧ୍ୟରୁ ଗୋଟିଏ, କିନ୍ତୁ ଏହା କେବେ ବି ବଡ଼ ପରଦାରେ ରିଲିଜ୍‌ ହୋଇପାରିନଥିଲା। ଦୁବାଇ ରିଟର୍ଣ୍ଣ ୟୁଟ୍ୟୁବ୍‌ରେ କାଲି ରିଲିଜ୍‌ ହେବ।

 

View this post on Instagram

 

A post shared by Babil (@babil.i.k)


ସେହିପରି ଇରଫାନ୍‌ଙ୍କ ପୁଅ ବାବିଲ ଖାନ୍‌ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ୟୁ-ଟ୍ୟୁବ୍‌ରେ ରିଲିଜ୍‌ ହେଉଛି। ସୁତାପା ଓ ବାବିଲ ଏହି ପୋଷ୍ଟ ଗତକାଲି ସେୟାର କରିଛନ୍ତି। ପୂର୍ବରୁ ଫିଲ୍ମର ଓ୍ଵାର୍ଲ୍ଡ ପ୍ରିମିୟର ନ୍ୟୁୟର୍କ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.