ରାତିରେ ଶୋଇବା ପୂର୍ବରୁ ଶରୀରର ଏହି ଅଙ୍ଗରେ ଲଗାନ୍ତୁ ତେଲ, ତା’ପରେ ଦେଖନ୍ତୁ କମାଲ

ମହିଳାଙ୍କ ଉପରେ ଉଭୟ ଘର ଓ ଅଫିସର ଅନେକ କାର୍ଯ୍ୟଭାର ରହିଥାଏ। ଫଳରେ ଆରାମ କରିବା ପାଇଁ ସେମାନେ ପର୍ଯ୍ୟାପ୍ତ ସମୟ ପାଇନଥାନ୍ତି। ଏଭଳି ସ୍ଥିତିରେ ପୁରୁଷଙ୍କ ତୁଳନାରେ ସେମାନଙ୍କର ଶାରୀରିକ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳେ। ରାତିରେ ଠିକ୍‌ ଭାବେ ଶୋଇପାରୁନଥିବାରୁ ମହିଳାମାନେ ଦିନ ସାରା ଥକା ଅନୁଭବ କରିଥାନ୍ତି। ଏଭଳି ସ୍ଥିତିରେ ନିଜ ପାଇଁ କିଛି ସମୟ ବାହାର କରିବା ନିହାତି ଆବଶ୍ୟକ। ତେବେ ପ୍ରତିଦିନ ଶୋଇବା ପୂର୍ବରୁ ୫ ମିନିଟ୍‌ ଶରୀରର କେତେକ ସ୍ଥାନରେ ତେଲ ମାଲିସ୍‌ କଲେ ବେଶ୍‌ ଆରାମ ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ପାଦରେ ତେଲ ମାଲିସ କରନ୍ତୁ:

ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ତେଲ ମାଲିସ କରନ୍ତୁ। ଏଭଳି କରିବା ଦ୍ୱାରା ଶରୀରର ଦୃଷ୍ଟି ଶକ୍ତି ବଢ଼ିଥାଏ। ନିଦ ଆସୁନଥିଲେ ଏମିତି କଲେ ଭଲ ନିଦ ହେବ। ତଳିପା’ରେ ତେଲ ମାଲିସ କରିବା ଦ୍ୱାରା ମୋଟାପଣ ମଧ୍ୟ କମେ।

ନାଭିରେ କରନ୍ତୁ ତୈଳ ମର୍ଦ୍ଦନ:

ରାତିରେ ଶୋଇବାର ୫ ମିନିଟ୍‌ ପୂର୍ବରୁ ନାଭିରେ ସୋରିଷ ତେଲ ମାଲିସ କରନ୍ତୁ। ଶରୀରର ଏହି ଅଙ୍ଗରେ ତେଲ ମାଲିସ କଲେ ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ। ଏଥିସହ ପେଟ କାଟିବା ଓ ପାଚନ ସମ୍ବନ୍ଧୀୟ ସମସ୍ୟା ବି ଦୂର ହୁଏ। ଆଖି ପୋଡ଼ିବା ଓ ଶୁଖିବା ଆଦି ସମସ୍ୟା ବି ନାଭିରେ ତେଲ ଘଷିଲେ ଭଲ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.