Below header

ଗଜପତି: ଏସ୍କଟ କାର ସହ ଗଞ୍ଜେଇ ବୋଝେଇ ମିନିଟ୍ରକ ଜବତ, ଦୁଇ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଯାନବାହନ ଯାଞ୍ଚ କଲାବେଳେ ଏକ ୪୦୭ ମିନିଟ୍ରକ ରେ ଚାଲାଣ କରାଯାଉଥିବା ୧୨୯ କେ.ଜି ଗଞ୍ଜେଇ ଜବତ କରିଛି।ଏହା ସହ ଗଞ୍ଜେଇ ଗାଡିକୁ ଏସ୍କଟ କରି ନେଉଥିବା ଏକ ଦାମି କାର ମଧ୍ୟ ଜବତ ହୋଇଛି l ଅଡବା ଥାନା ଖାରୀଗୁଡା ଅଞ୍ଚଳରୁ ଗଞ୍ଜେଇ କୋଲକାତା ଚାଲାଣ କରାଯାଉଥିବା ଜଣାପଡିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଖୁଣ୍ଟୁଣୀ ର ଯତୀନ ବେହେରା ଏବଂ ମୁର୍ସିଦାବାଦର ମୁକ୍କାବୁଲ୍ ହୁସେନକୁ ଗିରଫ କରାଯାଇଛି।

ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ଟଙ୍କା ହୋଇଥିବା ବେଳେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ପୋଲିସ ସୂଚନା ଦେଇଛି l ତେଵେ ଗଜପତି – ଗଞ୍ଜାମ ସୀମାନ୍ତ କମଳାପୁର ଠାରେ କୋଭିଡ ପରିସ୍ଥିତିରେ ପୋଲିସର ନାକା ଲାଗିଥିବା ବେଳେ ମାଫିଆ ମାନେ ମହେନ୍ଦ୍ରଗଡ଼ – କାନକଟା ରାସ୍ତାକୁ ଗଳାବାଟ କରି ଗଞ୍ଜାମ  ଏବଂ ବାହାର ରାଜ୍ୟକୁ ୫ ନଂ ଜାତୀୟ ରାଜପଥ ଦେଇ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଛି। ତେଣୁ ଆର. ଉଦୟଗିରି ଥାନା କାନକଟା ଠାରେ ନାକା ବ୍ୟବସ୍ଥା ସୁଦୃଢ କରିବା  ପାଇଁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.