ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ(କେ ନ୍ୟୁଜ):  ପୁଷ୍କର ସିଂ ଧାମି ହେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ। ଆଜି ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ଧାମି । ଏବେ ଧାମୀଙ୍କ ବୟସ ୪୫ ବର୍ଷ । ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଆଗଲା ନିଷ୍ପତି । ପୁଷ୍କର ବର୍ତ୍ତମାନ ସମୟରେ ଖଟିମା ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । କହିରଖିବା ଉଚିତ ହେବକି ଶୁକ୍ରବାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ତ୍ରିଭେନ୍ଦ୍ର ସିଂହ ରାୱତ ଇସ୍ତଫା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.