Below header

ମାଆ ହେବାକୁ ଯାଉଛନ୍ତି କି ବିଗବସ୍ ୧୪ ବିଜେତା ରୁବିନା ଦିଲାଏକ? ଭିଡିଓ ଦେଖି ଫ୍ୟାନ୍ସ କଲେ ପ୍ରଶ୍ନ

ନିକଟରେ ରୁବିନା ନିଜର ଏକ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି । ରୁବିନା ନିଜ ସୋସିଆଲ ଆକାଉଣ୍ଟରେ ତାଙ୍କର ଏକ ଭିଡିଓ ଦେଖି ଏବେ ଚର୍ଚ୍ଚା ହେଉଛି ଯେ ଏହି ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି ।

ବିଗବସ୍ ୧୪ ବିଜେତା ଏବଂ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ରୁବିନା ଦିଲାଏକ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି । ପ୍ରତିଦିନ କିଛି ନା କିଛି ନୂଆ ପୋଷ୍ଟ ସେୟାର ମଧ୍ୟ କରନ୍ତି । ନିକଟରେ ରୁବିନା ନିଜର ଏକ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି । ରୁବିନା ନିଜ ସୋସିଆଲ ଆକାଉଣ୍ଟରେ ତାଙ୍କର ଏକ ଭିଡିଓ ଦେଖି ଏବେ ଚର୍ଚ୍ଚା ହେଉଛି ଯେ ଏହି ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି । କିନ୍ତୁ ସେ ଏନେଇ ନିଜେ କୌଣସି ଘୋଷଣା କରିନାହାନ୍ତି । ତାଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରୁ ପ୍ରଶଂସକମାନେ ଅନୁମାନ ଲଗାଇଛନ୍ତି।

ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି । ଭିଡିଓରେ ରୁବିନା ବେଶ୍ ସୁନ୍ଦର ଦିଶୁଥିବା ବେଳେ ବହୁ ଢିଲା ପୋଷାକ ପରିଧାନ କରିଥିବାର ନଜର ଆସୁଛନ୍ତି । ପୋଷାକ ଓ ତାଙ୍କର ପେଟକୁ ଦେଖି ପ୍ରଶଂସକମାନେ ସେ ଗର୍ଭବତୀ ଥିବା ଅନୁମାନ କରୁଛନ୍ତି । ଏନେଇ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ବି ଆରମ୍ଭ କରିଦେଇଛନ୍ତି । କିଛି ଉପଭୋକ୍ତା ‘ଅଭିନନ୍ଦନ’ ବୋଲି ଲେଖିଥିବା ବେଳେ କିଛି ପ୍ରଶଂସକ ‘ଆପଣ ଗର୍ଭବତୀ ଅଛନ୍ତି କି?’ ବୋଲି ପ୍ରଶ୍ନ ପଚାରିଛନ୍ତି ।

rubina
image credit: masala.com

ତେବେ ରୁବିନା ଏପର୍ଯ୍ୟନ୍ତ ପ୍ରଶଂସକମାନଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି । ରୁବିନା ଟିଭି ଅଭିନେତା ଅଭିନବ ଶୁକ୍ଳାଙ୍କୁ ୫ ବର୍ଷ ତଳୁ ବିବାହ କରିଛନ୍ତି । ଦୁହେଁ ଏକାସାଥୀରେ ବିଗ୍‌ବସ୍‌-୧୪ରେ ନଜର ଆସିଥିଲେ। ଏହି ରିୟଲିଟି ସୋ’ର ଟ୍ରଫିକୁ ନିଜ ନାମରେ କରିଥିଲେ ରୁବିନା ।

ସୂଚନା ଥାଉକି, ହିମାଚଳ ପ୍ରଦେଶର ସିମଳାଠାରେ ରୁବିନା ୧୯୮୭ ଅଗଷ୍ଟ ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।  ହାଇସ୍କୁଲ ଶିକ୍ଷା ବେଳେ ବକୃତା ପ୍ରତିଯୋଗିତାରେ ଜାତୀୟ ସ୍ତରୀୟ ଚାମ୍ପିଅନ୍‌ ହୋଇଥିଲେ। ସେହିପରି ସେ ୨୦୦୬ରେ ସିମଳା ସୁନ୍ଦରୀ ମୁକୁଟ ହାସଲ କରିଥିବା ସହିତ ଚଣ୍ଡିଗଡ଼ରେ ଆୟୋଜିତ ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ବି ଉତ୍ତର ଭାରତ ସୁନ୍ଦରୀ ମୁକୁଟ ହାସଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.