ସମୁଦ୍ର ଭିତରେ ଦ୍ୱାରକା ନଗରୀ

ସମୁଦ୍ର ଭିତରେ ବୁଡ଼ି ରହିଛି ଦ୍ୱାରକା ନଗରୀ। ଏହି କଥା କେତେ ସତ? ଏକଦା ଭଗବାନ ଶ୍ରୀକୃଷ୍ଣଙ୍କ କୁହାଯାଉଥିବା ଦ୍ୱାରକା ନଗରୀକୁ ଭଗବାନ ସ୍ୱୟଂ କାହିଁକି ସମୁଦ୍ରରେ ବୁଡ଼ାଇଦେଇଥିଲେ? କଣ ଲୁଚି ରହିଛି ଏହା ପଛରେ କାରଣ ? ଅବା କାହାର ଅଭିଶାପରେ ଏପରି ଘଟିଛି ? ଆପଣ ଦ୍ୱାରକା ନଗରୀ ସମୁଦ୍ରରେ ଲୀନ ହେବା ପଛରେ କେଉଁ କାରଣ ଜାଣିଛନ୍ତି ?

ସମୁଦ୍ର ଭିତରେ ବୁଡ଼ି ରହିଛି ଦ୍ୱାରକା ନଗରୀ। ଏହି କଥା କେତେ ସତ? ଏକଦା ଭଗବାନ ଶ୍ରୀକୃଷ୍ଣଙ୍କ କୁହାଯାଉଥିବା ଦ୍ୱାରକା ନଗରୀକୁ ଭଗବାନ ସ୍ୱୟଂ କାହିଁକି ସମୁଦ୍ରରେ ବୁଡ଼ାଇଦେଇଥିଲେ? କଣ ଲୁଚି ରହିଛି ଏହା ପଛରେ କାରଣ ? ଅବା କାହାର ଅଭିଶାପରେ ଏପରି ଘଟିଛି ? ଆପଣ ଦ୍ୱାରକା ନଗରୀ ସମୁଦ୍ରରେ ଲୀନ ହେବା ପଛରେ କେଉଁ କାରଣ ଜାଣିଛନ୍ତି ?

ପୌରାଣିକ ଧର୍ମ ଗ୍ରନ୍ଥ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା। ଆଉ ତାଙ୍କ ବାଲ୍ୟକାଳ ଗୋକୁଳ ରେ କଟିଥିଲା। ପରେ କଂସ ଙ୍କ ନିମନ୍ତ୍ରଣ କ୍ରମେ ସେ ମଥୁରା ଯାଇ ତାଙ୍କ ନିଧନ କରିଥିଲେ। ଏହାପରେ ସମସ୍ତଙ୍କୁ ନେଇ ସେ ଦ୍ୱାରକା ନଗରୀ ବସାଇଥିଲେ।

ମହାଭାରତ ଯୁଦ୍ଧକୁ ୩୬ ବର୍ଷ ପୂରିବା ପରେ ଦ୍ୱାରକା ନଗରୀ ସମ୍ପୂର୍ଣ୍ଣ ରୂପେ ସମୁଦ୍ରରେ ବୁଡ଼ିଯାଇଥିଲା। ଏହାସହିତ ଭଗବାନ ଶୀ୍ରକୃଷ୍ଣ ଙ୍କ ସମେତ ଯଦୁ ବଂଶ ନିଜ ପ୍ରାଣ ତ୍ୟାଗ କରିଦେଇଥିଲେ।
ନିକଟ ଅତୀତରେ ବୈଜ୍ଞାନିକଙ୍କୁ ଗୁଜୁରାଟର ଆରବସାଗର ମଧ୍ୟରେ ବୁଡ଼ିରହିଥିବା ଏକ ସୁନ୍ଦର ନଗରୀ ଦେଖିବାକୁ ମିଳିଥିଲା। ଏଠାରେ ମିଳିଥିବା କିଛି ଅବଶେଷ କୁ ଦେଖିଲେ ଜଣାପଡ଼ୁଥିଲା ଯେ ଏହା ଆଉ କିଛି ନୁହେଁ ବରଂ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ବସାଯାଇଥିବା ଦ୍ୱାରକା ନଗରୀ। କିନ୍ତୁ କଣ ଆପଣ ଜାଣିଛନ୍ତି ଶ୍ରୀକୃଷ୍ଣଙ୍କ ଏହି ଦ୍ୱାରକା ନଗରୀ କିପରି ବୁଡ଼ିଯାଇଥିଲା? ଆଜି ଜାଣନ୍ତୁ ଆମର ଏହି ଭିଡ଼ିଓରୁ..

ଯେବେ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ହସ୍ତିନାପୁରକୁ ପାଣ୍ଡବ ମାନଙ୍କ ୁ ଦେଇ ଦ୍ୱାରକା ଆସି ରାଜ୍ୟଭାର ସମ୍ଭାଳିଥିଲେ। ଶେଷରେ ନିଜ ଅନ୍ତିମ ଦିନରେ ଯେତେବେଳେ ଭଗବାନ ଦେହ ତ୍ୟାଗ କରିଥିଲେ ତାପରେ ଦ୍ୱାରକା ନଗରୀ ସମୁଦ୍ରରେ ବୁଡ଼ିଯାଇଥିଲା।

ଏଥିରେ ମୁଖ୍ୟତଃ ଦୁଇଟି କାରଣ ଶୁଣିବାକୁ ମିଳିଥାଏ। ପ୍ରଥମରେ କୌରବଙ୍କ ମାତା ଗାନ୍ଧାରୀଙ୍କ ଦିଆଯାଇଥିବା ଅଭିଶାପ ବି ହୋଇପାରେ। ମହାଭାରତ ଯୁଦ୍ଧରେ କୌରବଙ୍କ ମୃତୁ ୍ୟ ପରେ ଗାନ୍ଧାରୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ। ତାଙ୍କ ବଂଶ ଲୋପ ପାଇଲା ଭଳି ଭଗବାନ ଶ୍ରୀକୃଷ୍ଣଙ୍କ ବଂଶ ମଧ୍ୟ ଆଗକୁ ନବଢ଼ୁ। ଶେଷେରେ ଦ୍ୱାରକା ନଗରୀ ଧ୍ୱଂସ ପାଇଲା। ଜଣେ ଶିକାରୀ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ହେବାର ଅଭିଶାପ ମିଳିଥିଲା। ଏହି ଅଭିଶାପ କୁ ଭଗବାନ ଗ୍ରହଣ ମଧ୍ୟ କରିଥିଲେ। କାରଣ ପ୍ରଭୁ ନିଜେ ଚାହୁଁଥିଲେ ଯେପରି ମାତା ଗାନ୍ଧାରୀ ତାଙ୍କୁ ଅଭିଶାପ ଦିଅନ୍ତୁ। ଏମିତିରେ ପୃଥିବୀରେ ଯେତେବେଳେ ଧର୍ମ ର ପୁନଃ ସ୍ଥାପନ ହେଲା ସେତେବେଳେ ଭଗବାନଙ୍କ ଜୀବନର ଉଦ୍ଦେଶ୍ୟ ମଧ୍ୟ ସମାପ୍ତ ହୋଇଯାଇଥିଲା। ସେ ନିଜ ଲୋକକୁ ଫେରିବାକୁ ଚାହୁଁଥିଲେ। ଏହିକ୍ରମରେ ଦ୍ୱାରକା ନଗରୀ ବୁଡ଼ିଯାଇଥିଲା ।

ଦ୍ୱିତୀୟରେ ଅନେକ ମୁନି ଋଷି ମିଶି ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବଙ୍କୁ ଅଭିଶାପ ଦେଇଥିଲେ। ଏକଦା ଜଙ୍ଗଲରେ ଋଷି ବିଶ୍ୱାମିତ୍ର, କାଶ୍ୟପ ଗଲା ସମୟରେ ପୁତ୍ର ଶାମ୍ବ ନିଜ ସାଙ୍ଗଙ୍କ ମିଶି ତାଙ୍କର ମଜା ଉଡ଼ାଇଥିଲେ। ଏହିକାରଣରୁ ଋଷି ରାଗିଯାଇ ଅଭିଶାପ ଦେଇଥିଲେ। ହୁଏତ ଏହାପରେ ଦ୍ୱାରକା ନଗରୀ ବୁଡ଼ିଯାଇଛି।

ଏକଦା ଭଗବାନ ଜଙ୍ଗଲରେ ଏକ ଗଛ ତଳେ ଶୋଇଥିବା ସମୟରେ ମାତା ଗାନ୍ଧାରୀଙ୍କ କଥା ଭାବୁଥିଲେ। ଏହିସମୟରେ ସେଠାରେ ଏ ଶିକାରୀ ଆସିଲା। ଆଉ ପ୍ରଭୁଙ୍କ ପାଦକୁ ହରିଣ ଭାବି ଶର ମାରିଲା। ତାଙ୍କ ବୁଢ଼ା ଆଙ୍ଗୁଠି ରେ ଏହା ବାଜିଲା। ଏହାପରେ ତାଙ୍କ ପାଦରୁ ରକ୍ତ ବାହାରିଲା। ଶେଷରେ ସେ ନିଜ ଦେହତ୍ୟାଗ କଲେ। ପରେ ଅର୍ଜୁନ ଆସି ପ୍ରଭୁ ଙ୍କ ଅନ୍ତିମ ସଂସ୍କାର କରିଥିଲେ। ପରେ ଦ୍ୱାରକା ନଗରୀ ବାସୀଙ୍କୁ ଅର୍ଜୁନ ହସ୍ତିନାପୁର ନେଇଗଲେ। ଏହାପରେ ସମୁଦ୍ର ମାଡ଼ି ଆସି ଦ୍ୱାରକା ନଗରୀକୁ ବୁଡ଼ାଇଦେଲା। କୁହାଯାଏ ୧୯୬୩ ମସିହାରେ ପୁରାତନତତ୍ତ୍ୱବିତ ସମୁଦ୍ରରେ ଦ୍ୱାରକା ନଗରୀର କିଛି ଅବଶେଷ ପାଇଥିଲେ। ୩ହଜାର ବର୍ଷ ପୁରୁଣା ବାସନ ମଧ୍ୟ ମିଳିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.