ମହିଳା କାନ୍ଥରେ ପିଟି ହୋଇ ସିଧା ପଡ଼ିଲେ ସୁଟ୍‌କେସ୍‌ ଭିତରେ, ଟ୍ଵିଟରରେ ଟ୍ରୋଲ ହେଉଛି ଟିଭି ସିରିୟଲର ଅଦ୍ଭୁତ ସିନ୍‌; ଦେଖନ୍ତୁ ଭିଡିଓ

ଟ୍ଵିଟରରେ ଭାରତୀୟ ଟିଭି ସିରିୟଲର ଏକ ସିନ୍‌ ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖି ଲୋକମାନେ ହସି ହସି ବେଦମ୍‌ ହେଉଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳାଙ୍କ ଗୋଡ଼ ଖସିଯିବାରୁ ସେ କାନ୍ଥରେ ବାଡ଼େଇ ହୋଇ ସୁଟକେସ୍‌ରେ ଫସିଯାଉଛନ୍ତି। ସେ ସୁଟ୍‌କେସ୍‌ରେ ପଡ଼ିଥିଲେ ମଧ୍ୟ ଶେଷରେ ପାଣିରେ ବୁଡ଼ୁଥିବା ଦେଖାଯାଇଛି। କଲର୍ସ ଟିଭିରେ ପ୍ରସାରିତ ହେଉଥିବା ‘ଇସ୍କ ମେ ମରଜାଓ୍ଵା ୨’ର ଏକ ଏପିସୋଡ୍‌ର ଏହି ଦୃଶ୍ୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକମାନେ ଏହି ଦୃଶ୍ୟକୁ ପ୍ରବଳ ଟ୍ରୋଲ କରୁଛନ୍ତି।

ଭିଡିଓରେ ରିଦ୍ଦିମା ଯାଉଥିବା ବେଳେ ହଠାତ୍‌ କାନ୍ଥରେ ପିଟି ହୋଇଯାଉଛନ୍ତି ଓ ବେହୋସ୍‌ ହୋଇ ସୁଟ୍‌କେସ୍‌ ଭିତରେ ପଡ଼ୁଛନ୍ତି। ତା ପରେ ଏକ ଧଳା ଗ୍ଲୋବସ୍‌ ପିନ୍ଧିଥିବା ଯୁବକ ଉକ୍ତ ସୁଟ୍‌କେସ୍‌କୁ ସୁଇମିଂ ପୁଲକୁ ଫିଙ୍ଗି ଦେଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଜଣେ ଟ୍ଵିଟର ୟୁଜର ଦୁଇ ଦିନ ପୂର୍ବରୁ ‘ଇସ୍କ ମେ ମରଜାଓ୍ଵା ୨’ର ଏକ ଭିଡିଓ ସେୟାର କରି ଲେଖିଛନ୍ତି ‘ଯଦି ଆପଣ ଏବେ ଭାରତୀୟ ନାଟକରେ କ’ଣ ହେଉଛି ତା’ ଉପରେ ଧ୍ୟାନ ଦେଇନାହାନ୍ତି’।
ଭିଡିଓକୁ ୨୧ ସେପ୍ଟେମ୍ବରରେ ସେୟାର କରାଯାଇଛି। ଏବେ ଯାଏଁ ୪.୮ ଲକ୍ଷ ଲୋକ ଭିଡିଓ ଦେଖିସାରିଲେଣି। ସେହିପରି ୧୧ ହଜାରରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି।

ଦେଖନ୍ତୁ ଭିଡିଓରେ ଆସିଥିବା କେତେକ ରିପ୍ଲାଏ…