Below header

ବଏଫ୍ରେଣ୍ଡଙ୍କ ସହ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କଲେ ଜାନବୀ କପୁର, ଭିଡିଓ ହେଉଛି ଭାଇରାଲ

ଚୁଲ୍‌ବୁଲି ଅଭିନେତ୍ରୀ ଜାନବୀ ଶିଖର ପହାଡ଼ିୟାଙ୍କୁ ଡେଟ କରୁଛନ୍ତି ବୋଲି ଅନେକ ଥର ଖବର ଆସିଥାଏ । କିନ୍ତୁ ଏବେ ଜାନବୀ କପୁର ଶିଖର ପହଡ଼ିୟାଙ୍କ ସହ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବଲିଉଡ ଅଭିନେତ୍ରୀ ଜାନବୀ କପୁର ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହି ଚୁଲ୍‌ବୁଲି ଅଭିନେତ୍ରୀ ଜାନବୀ ଶିଖର ପହାଡ଼ିୟାଙ୍କୁ ଡେଟ କରୁଛନ୍ତି ବୋଲି ଅନେକ ଥର ଖବର ଆସିଥାଏ । ଏହା ବ୍ୟତୀତ କଫି ଓ୍ଵିଥ୍‌ କରନ ୮ ରେ ଜାନବୀ ଶିଖରଙ୍କ ବିଷୟରେ କଥା ହେଉଥିବାର ନଜର ଆସିଥିଲେ । କିନ୍ତୁ ଏବେ ଜାନବୀ କପୁର ଶିଖର ପହଡ଼ିୟାଙ୍କ ସହ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସେହି ଭିଡିଓରେ ଜାନବୀଙ୍କ ସହ ଶିଖର ମନ୍ଦିରକୁ ଯାଉଥିବା ଦେଖିବା ପାଇଁ ମିଳିଛି । ସେହି ସମୟରେ ଉଭୟ ଜାନବୀ ଏବଂ ଶିଖରଙ୍କୁ ପାରମ୍ପାରିକ ବସ୍ତ୍ରରେ ଦେଖିବାକୁ ମିଳିଥିଲା ।

ଜାନବୀ ଏକ ସୁବର୍ଣ୍ଣ ରଙ୍ଗର ଶାଢୀ ପିନ୍ଧିଥିଲେ । ଏହା ସହ ଶିଖର ଧଳା ଧୋତି ଓ କୁର୍ତ୍ତା ପିନ୍ଧିଥିଲେ । ଏବେ ଏହି ଦୁଇଜଣଙ୍କର ଫଟୋ ଏବଂ ଭିଡିଓ ଜୋରସୋର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାନବୀ କପୁର ଇନଷ୍ଟାଗ୍ରାମରେ ତାଙ୍କ ସେହି ଲୁକର ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଫଟୋ ସେୟାର କରିବାବେଳେ ଜାନବୀ ଲେଖିଥିଲେ, ଯେ ବର୍ତ୍ତମାନ ଲାଗୁଛି ୨୦୨୪ ଆରମ୍ଭ ହୋଇଛି । ଜାନବୀଙ୍କ ପୋଷ୍ଟରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି ।

ତବେ ଜାନବୀଙ୍କ ଏହି ଫଟୋ ଦେଖି ଫ୍ୟାନ୍ସ ନିଜକୁ କମେଣ୍ଟ ଦେବାରୁ ଅଟକାଇ ପାରିନାହାନ୍ତି । ତାମଧ୍ୟରେ ଜାନବୀଙ୍କ ଫ୍ରେଣ୍ଡ ଓରି ଲେଖିଛନ୍ତି, ସୁଇଟ୍‌ ପିକ୍‌ । ଏହା ବ୍ୟତୀତ ଅନ୍ୟ ଜଣେ ଫ୍ୟାନ୍ସ ଲେଖିଛନ୍ତି, ସନ୍‌କିସ୍ଡି ବିୟୁଟି । ସେହିପରି ଭାବେ ଜାନବୀଙ୍କ ଅନ୍ୟ ଜଣେ ଫ୍ରେଣ୍ଡ ବୈଷ୍ଣବ ପ୍ରବୀନ୍ ଲେଖିଛନ୍ତି, ବହୁତ ସୁନ୍ଦର ।

ତେବେ ସୂଚନା ମୁତାବକ, ଜାନବୀ ଓ ଶିଖର ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି କିମ୍ବା ଏହା ବିଷୟରେ ସମସ୍ତଙ୍କୁ ଜଣାଇ ନାହାନ୍ତି । କିନ୍ତୁ ପ୍ରାୟତଃ ଏହି ଦୁଇଜଣ ଏକାଠି ନଜର ଆସିଥାନ୍ତି । ଶିଖର ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି । ଯଦି ଶିଖରଙ୍କ କାମ ବିଷୟରେ କଥା ହେବା ତାହେଲେ ସେ ଜଣେ ପ୍ଲେୟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.