ଘଟିଗଲା ବଡ଼ ଦୁର୍ଘଟଣା, ଯୁବକମାନଙ୍କ ରିଲ୍ସ ନିଶା ନେଲା ମା’ ଓ ପୁଅର ଜୀବନ

ବାଡ଼ମେର୍ ରାସ୍ତା ଦେବିକୋଟ୍ ସହର ନିକଟରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣାରେ ଜଣେ ମା ଏବଂ ପୁଅ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ରିଲ୍ସ ତ ପ୍ରତ୍ୟେକ ଯୁବପିଢ଼ି କରନ୍ତି । କିନ୍ତୁ ଏଇ ରିଲ୍ସ ବେଳେବେଳେ ଅନେକ ଲୋକଙ୍କ ଜୀବନ ନେଇଯାଏ । ଲୋକମାନେ ରିଲ୍ସ କରିବା ଚକରରେ ନିଜର କ୍ଷତି କରିବା ସହ ଅନ୍ୟମାନଙ୍କର ବି କ୍ଷତି କରୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଏଇ ନିକଟରେ ଦେଖିବାକୁ ମିଳିଛି । କିଛି ଯୁବକ ରିଲ୍ସ କରିବା ସହ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ । ଠିକ୍‌ ଏହି ସମୟରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା । ଯୁବକମାନେ ନିଶାରେ ଗାଡ଼ି ଚଳାଉଥିଲେ ତା ସାଙ୍ଗକୁ ରିଲ୍ସରେ ବି ବ୍ୟସ୍ତ ଥିଲେ । ଏଭଳି କଥା ଶୁଣିଲେ ବି ଭୟ ଲାଗୁଛି । ଏଭଳି ଭାବେ ଗାଡ଼ି ଚଳାଇବା କେତେ ଯେ ବିପଦପୂର୍ଣ୍ଣ ତାହା ନକହିବା ଭଲ ।

ରାଜସ୍ଥାନର ଜୈସଲମେର ଜିଲ୍ଲାରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଠାରେ ବାଡ଼ମେର୍ ରାସ୍ତା ଦେବିକୋଟ୍ ସହର ନିକଟରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣାରେ ଜଣେ ମା ଏବଂ ପୁଅ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି । ଉକ୍ତ ୧୩ ବର୍ଷର ପୁଅ ଓ ତାର ମା’ଙ୍କର କିଛି ବି ଭୁଲ ନଥିଲା । କିନ୍ତୁ ଏହି ଯୁବକମାନଙ୍କର ରିଲ୍ସ ନିଶା ସେମାନଙ୍କୁ ମାରି ଦେଲା । ତେବେ ୧୩ ବର୍ଷିୟ ମୃତକ ପୁଅର ନାଁ ହେଉଛି ମନୀଷ ଏବଂ ତା ମା’ର ନାଁ ମେନ କଲା ବୋଲି ଜଣା ପଡ଼ିଛି । ଏହି ଦୁର୍ଘଟଣାରେ ଉକ୍ତ ଗାଡ଼ିରେ ଯାତ୍ରା କରୁଥିବା ଦୁଇ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । କାରରେ ଥିବା ଦୁଇ ଜଣ ମୃତକଙ୍କ ନାଁ ହେଉଛି ରୋଶନ ଖାନ ଏବଂ ଭବାନୀ ସିଂ ।

ସୂଚନା ଅନୁସାରେ ଶୁକ୍ରବାର ରାତି ପ୍ରାୟ ୮.୧୫ ମିନିଟ ରୁ ୮.୩୦ ମିନିଟ ମଧ୍ୟରେ ଦ୍ରୁତ ଗତିରେ ଏକ କାର ଜୈସଲମେର୍ ରୁ ବାଡ଼ମେର୍ ଅଭିମୁଖେ ଦ୍ରୁତଗତିରେ ଯାଉଥିଲା । ସୂଚନା ପାଇବା ପରେ ପୋଲିସ ଦେବିକୋଟ ଛକ ପୂର୍ବରୁ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲା ଏବଂ ଅବରୋଧ ମଧ୍ୟ କରିଥିଲା। କିନ୍ତୁ କାରରେ ଯାତ୍ରା କରୁଥିବା ଯୁବକମାନେ ଅଟକିବା ତ ଦୂରର କଥା, ଆହୁରି ଅଧିକ ସ୍ପିଡରେ ଗାଡ଼ି ଚଳାଇଥିଲେ ଏବଂ ପୋଲିସର ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ଯାଇଥିଲେ ।

ପରେ ସ୍ପିଡରେ ଥିବା କାରଟି ଦେବିକୋଟ ସହର ଛକରେ ପାର୍କ ହୋଇଥିବା ଏକ ପିକଅପ୍ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ସମୟରେ ଉକ୍ତ ମା’ ଓ ପୁଅକୁ ଧକ୍କା ଦେଇଥିଲା କାର୍‌ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହି ଦୁର୍ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନ୍ୟପଟେ ଜିଲ୍ଲା ପୋଲିସ ଅଧକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ କାରରେ ଥିବା ଲୋକମାନେ ମଦ୍ୟପାନ କରି ଗାଡି ଚଲାଉଥିଲେ ନା ଅନ୍ୟ କିଛି କାରଣରୁ ଏଭଳି ଦୁର୍ଘଟଣା ଘଟିଛି, ସେ ବିଷୟରେ ଅନୁସନ୍ଧାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.