ରାସନ ବଣ୍ଟନ ଦୁର୍ନୀତ, ଟିଏମସି ନେତା ଶଙ୍କର ଆଧ୍ୟାଙ୍କୁ ଗିରଫ କଲା ଇଡି

ରାସନ ବଣ୍ଟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶଙ୍କର ଆଧ୍ୟା ଗିରଫ କରିଛି ଇଡି । ଇଡି ଟିମ ଟିଏମସି ନେତା ଶଙ୍କରଙ୍କୁ ଗିରଫ କରି କଲିକତା ସ୍ଥିତ ଇଡି ମୁଖ୍ୟାଳୟ ନେଇଯାଇ ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି ।

ପଶ୍ଚିମବଙ୍ଗରେ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶଙ୍କର ଆଧ୍ୟା ଗିରଫ କରିଛି ଇଡି । ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାର ଗୋଟିଏ ଦିନ ପରେ ଶଙ୍କରଙ୍କ ଗିରଫଦାରୀ ହୋଇଛି । ଇଡି ଟିମ ଟିଏମସି ନେତା ଶଙ୍କରଙ୍କୁ ଗିରଫ କରି କଲିକତା ସ୍ଥିତ ଇଡି ମୁଖ୍ୟାଳୟ ନେଇଯାଇ ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି ।

ଗତକାଲି ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରକୁ ରେଡ୍ ପାଇଁ ଯାଇଥିଲା ଇଡି । ଏହି ସମୟରେ ଶତାଧିକ ସ୍ଥାନୀୟ ଲୋକ ଇଡି ଟିମ୍ ଉପରକୁ ଆକ୍ରମଣ କରିବା ସହ ସେମାନଙ୍କ ଗାଡି ଭାଙ୍ଗି ଦେଇଥିଲେ । କିନ୍ତୁ ଆଜି ଶଙ୍କର ଆଧ୍ୟାଙ୍କ ଘରେ ବ୍ୟାପକ ଚଢାଉ କରିଥିଲା ଇଡି ।

ଇଡି ଶଙ୍କରଙ୍କ ଶ୍ୱଶୁର ଘରେ ଚଢାଉ କରିଥିଲା । ଇଡି ଅଧିକାରୀ ତାଙ୍କ ଘରେ ଚଢାଉ କରିଥିବା ବେଳେ ୮୦୦ରୁ ୧୦୦୦ ଲୋକେ ଇଡି ଉପରେ ଆକ୍ରମଣ କରିଥିଲେ । ଲାଠି ଏବଂ ଇଟାରେ ଆକ୍ରମଣ କରିଥିଲେ । ଏହାପରେ ଦୀର୍ଘ ସମୟ ଧରି ଯାଞ୍ଚ କରିବା ପରେ ଶେଷରେ ତାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ପୂର୍ବତନ ଖାଦ୍ୟ ମନ୍ତ୍ରୀ ତଥା ବର୍ତ୍ତମାନର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିଓ ମଲ୍ଲିକ ମଧ୍ୟ ଏହି ମାମଲାରେ ଗିରଫ ହୋଇଛନ୍ତି । ତଦନ୍ତ ସମୟରେ ସେ ଶଙ୍କରର ନାଁ ନେଇଥିଲେ । ଶଙ୍କର ଆଧ୍ୟା ୨୦୧୫ରୁ ୨୦୨୦ପର୍ଯ୍ୟନ୍ତ ବଙ୍ଗାଓଁ ମ୍ୟୁନିସିପାଲିଟିର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.